ଭାରତ

ୱାୟାନାଡରେ ରାହୁଲଙ୍କ ରୋଡ୍ ସୋ

(ଦିଲ୍ଲୀ) :ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ କରିଛନ୍ତି ଶକ୍ତି ପ୍ରଦର୍ଶନ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ ବର୍ତ୍ତମାନ କେରଳର ୱାୟାନାଡରେ ଚାଲିଛି । ରାହୁଲ ଗାନ୍ଧୀ ୱାୟାନାଡ ଆସନରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ତାଙ୍କ ରୋଡ୍ ସୋ’ରେ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଅଛନ୍ତି ।

ସୂଚନାନୁଯାୟୀ , ରାହୁଲ ଗାନ୍ଧୀ ଗତ ୨୦୧୯ ରେ ୱାୟାନାଡରୁ ନିର୍ବାଚନରେ ଜିତିଥିଲେ । ୱାୟାନାଡ଼ ଆସନରେ ରାହୁଲ ଗାନ୍ଧୀ ସିପିଆଇର ଆନି ରାଜା ଏବଂ ବିଜେପିର ସୁରେନ୍ଦ୍ରନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କେରଳର ୱାୟନାଡରୁ ନାମାଙ୍କନ ପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ ତେବେ ଏଥର ୱାୟନାଡ ଆସନରୁ ବିଜୟ ହାସଲ କରିବା ରାହୁଲ ଗାନ୍ଧିଙ୍କ ପାଇଁ ସହଜ ହେବ ନାହିଁ । ଏହି ନିର୍ବାଚନରେ ରାହୁଲଙ୍କ ବିପକ୍ଷରେ ଅଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜା । ଦଳ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରିଛି ।

Related posts

୧୦ଲକ୍ଷରୁ ୨୦ ଲକ୍ଷକୁ ବଢ଼ିଲା ମୁଦ୍ରା ଲୋନ୍

mahabharatanews

ସୁଡ଼ଙ୍ଗ ଅଘଟଣ; ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ  ପ୍ରଧାନମନ୍ତ୍ରୀ

mahabharatanews

ମିସନ୍ ଲାଇଫ ର ଶୁଭାରମ୍ଭ ପ୍ରୋଗ୍ରାମରେ ଜାତିସଂଘ ମୁଖ୍ୟ

mahabharatanews