ଅପରାଧଓଡିଶା

ବର୍ଷା ଓ ଅନୁଭବ ବିବାହ ବିଚ୍ଛେଦ ମାମଲା

ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା କଲେ କୋର୍ଟ
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ନୂଆ ଟ୍ୱିଷ୍ଟ ଆସିଛି । ଉଭୟଙ୍କ ମାମଲାର ଶୁଣାଣି କରି ପରିବାର କୋର୍ଟ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି । ସୂଚନା ଅନୁସାରେ ବାରମ୍ବାର ତାରିଖ ଧାର୍ଯ୍ୟ ସତ୍ତେ୍ୱ ସାକ୍ଷ୍ୟ ଗ୍ରହଣ ଲାଗି ବର୍ଷା କୋର୍ଟ ଆସୁନଥିଲେ । ସେହିପରି ଅନୁଭବ ମହାନ୍ତି ମଧ୍ୟ ଛାଡପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ ଦର୍ଶାଇଥିଲେ । ଏଥିପାଇଁ କୋର୍ଟଙ୍କ ସମୟ ନଷ୍ଟ ସହିତ ବିଳମ୍ବ କରିଥିବାରୁ ଏଥିଲାଗି ଉଭୟଙ୍କୁ ଜୋରିମାନା ଗଣିବାକୁ ପଡିବ । ତେବେ ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ଲାଗି ବର୍ଷାଙ୍କ ଆବେଦନ ଓ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ଲାଗି ଅନୁଭବଙ୍କ ଆବେଦନକୁ ମଧ୍ୟ ଗ୍ରହଣ କରାଯାଇଛି । ଖବର ଅନୁସାରେ ପରିବାର ଅଦାଲତରେ ବର୍ଷାଙ୍କ ସାନି ସାକ୍ଷ୍ୟ ଗ୍ରହଣ ଲାଗି ହାଇକୋର୍ଟରେ ବର୍ଷା କରିଥିବା ଆବେଦନର ପ୍ରତ୍ୟାହାର କରିନେଇଥିଲେ । ଉଭୟଙ୍କ ସାକ୍ଷ୍ୟ ଗ୍ରହଣ ଲାଗି ଫ୍ୟାମିଲି କୋର୍ଟରେ ଏକାଧିକ ଦିନ ଧାର୍ଯ୍ୟ ହୋଇଥିଲା । ବର୍ଷା ସାନି ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ କରିବାରୁ ଏହାକୁ ପରିବାର କୋର୍ଟ ଗ୍ରହଣ କରିନଥିଲେ । ଏହାପରେ ବର୍ଷା ସମାନ ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ୭ ତାରିଖରେ ବର୍ଷା ନିଜର ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ ।

Related posts

ପୁଣି ଖଟିଆରେ ବୁହା ହେଲେ ରୋଗୀ

mahabharatanews

ସତଲମା ମାର୍କେଟରେ ଉତ୍ୟକ୍ତ ଚାଷୀଙ୍କ ତାଲା ବନ୍ଦ

mahabharatanews

ଜଳ ସମ୍ପଦ ବିଭାଗ ଅଧୀନ ଗ୍ରାଉଣ୍ଡ ଓ୍ବାଟର ବିଭାଗରେ କାମ କରିବେ ୩୬ ଜଣ ଭୂବିଜ୍ଞାନୀ

mahabharatanews