ଓଡିଶା

କେରେଜେଙ୍ଗ ଗ୍ରାମପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ନମିତା ନାୟକଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ଏହାରିମଧ୍ୟରେ ପୁଣି ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଳକ ସାନ କେରେଜେଙ୍ଗ ଗ୍ରାମପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ନମିତା ନାୟକଙ୍କର ମୃତ୍ୟୁ ଘଟିଛି। ସେହିପରି ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି। ଏଣେ କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା ଙ୍କ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗ ଘଟିଛି।

ସୂଚନାଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥ୍ରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିବେ।

Related posts

କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

୨୮ରେ ମୁଖ୍ୟମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ

mahabharatanews

୧୧ଟା ସୁଦ୍ଧା ୨୧.୩୨% ମତଦାନ ରେକର୍ଡ

mahabharatanews