ଓଡିଶା

ସକ୍ରିୟ ଲଘୁଚାପ, ଆଜି  ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

(ଭୁବନେଶ୍ୱର) : ସକ୍ରିୟ ଲଘୁଚାପ ପ୍ରଭାବରେ  ରାଜ୍ୟର ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଏହି ୭ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ‌ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାର କେତେକାଂଶରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହୁଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସୂଚନାନୁଯାୟୀ ,  ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ୨ ଜିଲ୍ଲା ଯଥା ଝାରସୁଗୁଡ଼ା ଓ ବୌଦ୍ଧ‌ରେ ସର୍ବାଧିକ ଓ ୩ ଜିଲ୍ଲା ଯଥା ନବରଙ୍ଗପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ା‌ରେ ନିଅଣ୍ଟିଆ ବର୍ଷା ହୋଇଯାଇଛି। ଅବଶିଷ୍ଟ ଓଡ଼ିଶାରେ ଭଲ ବର୍ଷା ହୋଇଛି।

 

Related posts

ଆଜିଠାରୁ ରଥ ଭଙ୍ଗା କାମ ଆରମ୍ଭ

mahabharatanews

ଯୁବ ସମାଜସେବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

mahabharatanews

ଇର୍ମାଙ୍କ ସ୍ବପ୍ନକୁ ଧୂଳିସାତ୍ କରିଦେଲା ମାରତ୍ମକ କର୍କଟ

mahabharatanews