ଓଡିଶା

ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ

ସୁନ୍ଦରଗଡ଼: ଭୟ ବଢ଼ାଉଛି ଡେଙ୍ଗୁ । ଲୋକଙ୍କଭିତରେ ଆତଙ୍କ ଖେଳାଇଛି ଏଡିଶ ମଶା । ସୁନ୍ଦରଗଡ଼ ଜିଲ୍ଲାରେ ୬୪ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୫୭ ଜଣ କେବଳ ରାଉରେକଲା ସହରରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ବୀରମିତ୍ରପୁରରୁ ୨ଜଣ ଓ ଜିଲ୍ଲାର ପ୍ରାନ୍ତରୁ ବଳକା ଆକ୍ରାନ୍ତ ରହିଛନ୍ତି । ସେହିଭଳି ରାଉରକେଲା ସହରରୁ ଏତେ ସଂଖ୍ୟାର ପଜିଟିଭି ବାହାରିବା ଚିନ୍ତାର କାରଣ ପାଲଟିଛି । ରାଉରକେଲା ସହରର ୧୪ ନମ୍ବର ସେକ୍ଟର ଅଞ୍ଚଳରୁ ବହୁ ରୋଗୀ ଚିହ୍ନଟ ହୋଇଛନ୍ତି । ଅଞ୍ଚଳକୁ ହଟସ୍ପଟ ଅଞ୍ଚଳରେ ଘୋଷଣା କରାଯାଇଛି । ସଂପୂର୍ଣ୍ଣ ଘଟଣା ଉପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନଜର ରଖିବା ସହିତ, ସମସ୍ତ ଔଷଧ ମେଡିକାଲରେ ମହଜୁଦ ରଖାଯାଇଛି । ଏବଂ ଟେଷ୍ଟିକୁ ବୃଦ୍ଧି କରାଯାଇଥିବା କହିଛନ୍ତି ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ।
ଡେଙ୍ଗୁ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କଟକ ମହାନଗର ନିଗମ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଡେଙ୍ଗୁ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତାକରିବାକୁ ସିଏମସି ପକ୍ଷରୁ ଏକ ସଚେତନତା ଗାଡ଼ି ବାହାର କରାଯାଇଛି । ଏସବୁ ଭିତରେ ରାଜ୍ୟରେ ଡେଙ୍ଗୁସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ ବିଭିନ୍ନ ଜିଲ୍ଲା, ମହାନଗର ନିଗମ ଏବଂ ଗ୍ରାମାଞ୍ଚଳରେ ଡେଙ୍ଗୁ ରୋଗର ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ।

Related posts

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୨୪ ଦିନ

mahabharatanews

ତାତିରେ ଜଳୁଛି ସାରା ଓଡ଼ିଶା, ତାପମାତ୍ରା ୪୧ ଡିଗ୍ରୀ ପାର

mahabharatanews

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

mahabharatanews