ଓଡିଶାମନୋରଞ୍ଜନ

ଅଫେରା ରାଇଜରେ ରାଜେଶ୍ୱରୀ

ଭୁବନେଶ୍ୱର;ଜୀବନ ଯୁଦ୍ଧରେ ହାରିଗଲେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର । ଗତକାଲି ରାତିରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୨ଟା୨୫ମିନିଟ୍ରେ ରାଜେଶ୍ୱରୀଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।ରାଜେଶ୍ୱରୀ ବ୍ରେନ ଓ ଫୁସ୍ଫୁସ୍ କ୍ୟାନସରରେ ପୀଡ଼ିତ ହୋଇଥିବା ନେଇ ୨୦୧୯ ମସିହାରେ ଫେସ୍ବୁକ୍ ପେଜ୍ରେ ସୂଚନା ଦେଇଥିଲେ। ଏହାପରେ ସେ ଚିକିତ୍ସାଧୀନ ଥିବା ବେଳେ ସୁସ୍ଥ ହୋଇ ଆସୁଥିଲେ। ଦୀର୍ଘ ଦିନ ହେଲା କ୍ୟାନସର ସହ ଲଢେଇ ଜାରି ରଖିଥିବା ବେଳେ ଗତକାଲି କିନ୍ତୁ ସେ ଏହି ଯୁଦ୍ଧରେ ହାରି ଯାଇଛନ୍ତି। ଧାରାବାହିକ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇଓଡ଼ିଶାର ଘରେ ଘରେ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ପରବର୍ତ୍ତୀ ସମୟରେ ‘ତୋ ପାଇଁ ମୁଁ’ ସିରିରୟଲରେ ତାରା ପଟ୍ଟନାୟକ ଚରିତ୍ରରେ ଅବତୀର୍ଣ୍ଣ ହୋଇ ହଇଚଇ ସୃଷ୍ଟି କରିଥିଲେ। ଅଭିନୟ ସାଙ୍ଗକୁ ତାଙ୍କ ସଂଳାପ କହିବାର ଶୈଳୀ ଓ ମୁଖଭଙ୍ଗୀ ଦେଖିଲେ ମନେହୁଏ ଖଳନାୟିକା ଚରିତ୍ରକୁ ଏହିପରି ଭାବେ ହିଁ ନ୍ୟାୟ ଦିଆଯାଇପାରେ। ତାଙ୍କ ଅଭିନୀତ ଅନ୍ୟ ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମକୁମ୍’ ଇତ୍ୟାଦି। ସେ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ ପ୍ରବେଶ କରିଥିଲେ ମଧ୍ୟ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ।
ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଥିଲା। ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ବସନ୍ତ ସାହୁଙ୍କ ନିର୍ଦେଶିତ ‘ସତ୍ୟମେବ ଜୟତେ’। ଏହାପରେ ସେ ଏନ୍ ପାଢ଼ୀ ଙ୍କ ନିର୍ଦେଶିତ ‘ଆରେ ସାଥୀ ଆ’ ଓ ଅମିତ ନାୟକଙ୍କ ନିର୍ଦେଶିତ ‘ବ୍ଲାକମେଲ୍’ ଚଳଚ୍ଚିତ୍ରରେ ବି ନଜର ଆସିଥିଲେ।ତାଙ୍କୁ ମସ୍ତିଷ୍କ ଏବଂ ଫୁସଫୁସ୍ କର୍କଟ ହୋଇଛି ବୋଲି ସେ ପ୍ରାୟ ଅଢ଼େଇ ବର୍ଷ ତଳେ ତାଙ୍କ ଫେସବୁକ୍ ପେଜରେ ସୂଚନା ଦେଇଥିଲେ। ରାଜେଶ୍ୱରୀ ତାଙ୍କ ଫେସବୁକରେ ଦୁଇଟି ଫଟୋ ସେୟାର କରି ଲେଖିଥିଲେ, ‘ମୁଁ କର୍କଟ ସହ ଲଢ଼େଇ କରୁଛି। ଭଗବାନ ମୋ ସହ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା।

 

Related posts

  ୧୩ରୁ ଦଶମ ଷାଣ୍ମାସିକ ପରୀକ୍ଷା

mahabharatanews

ଡେଙ୍ଗୁ ଆତଙ୍କ ; ଆଜିଠୁ ଚେକିଂ ଆରମ୍ଭ କରିଛି BMC

mahabharatanews

ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ

mahabharatanews