ବିଶେଷ

ରାକ୍ଷୀ ପୂର୍ଣ୍ଣିମା : ଜାଣନ୍ତୁ ଶୁଭ ସମୟ 

(ଭୁବନେଶ୍ୱର) :  ଚଳିତ ବର୍ଷ ଯୋଡ଼ା ଶ୍ରାବଣରେ ପଡ଼ୁଥିବାରୁ ଦୁଇଟି ପୂର୍ଣ୍ଣିମା ତାରିଖ ରହିଛି । ଏହା ଭିତରୁ ଗୋଟିଏ ରହିଛି ରାକ୍ଷୀ ପୂର୍ଣ୍ଣିମା । ଆଗକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଆସୁଛି  । ଭାଇର ଶୁଭ ମନାସି ସବୁ ଭଉଣୀ ରଖି ବାନ୍ଧିବେ ।  ତେବେ କେଉଁ ପୂର୍ଣ୍ଣିମାନେ ରକ୍ଷା ବନ୍ଧନ ପାଳନ କରାଯିବ ସେ ନେଇ ଲୋକଙ୍କ ମଧ୍ୟରେ ରହିଛି ଦ୍ୱନ୍ଦ । ତେବେ ଆସନ୍ତୁ ଜାଣିବା କେଉଁ ପୂର୍ଣ୍ଣିମାରେ ଆପଣ କେଉଁ ବାରରେ ଏବଂ କେଉଁ ସମୟ ଭାଇ ପାଇଁ ଭଲ ରହିଛି ଜାଣିବା :-

ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସ ରେ ପଡ଼ୁଛି । ତେଣୁ ଏହାକୁ ମଳ ପୂର୍ଣ୍ଣିମା କହିବା । ଏହି ପୂର୍ଣ୍ଣିମା 1 ଅଗଷ୍ଟ ମଙ୍ଗଳବାରରେ ପଡ଼ୁଛି । ଏହା ମଙ୍ଗଳବାର ୩.୫୧  ରୁ ଆରମ୍ଭ ହୋଇ ରାତି ୧୨ .୦୧  ମିନିଟ୍ ଯାଏଁ ରହିବ । ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣିମା ୩୦  ଅଗଷ୍ଟ ବୁଧବାର ପଡ଼ିବ । ଏହାର ସକାଳ ୧୦ .୫୮  ରୁ ଆରମ୍ଭ ହୋଇ ଗୁରୁବାର ସକାଳ ୭ .୦୫  ଯାଏଁ ରହିବ । ତେଣୁ ପୂର୍ଣ୍ଣିମା ବ୍ରତ ୩୦ ରେ ହେଲେ ବି ୩୧ରେ ଦାନ ସ୍ନାନକାମ କରିପାରିବେ । ଏହିଦିନ ଭଦ୍ରା କାଳ ଆରମ୍ଭ ହୋଇଯିବ । ଶାସ୍ତ୍ରରେ ଭଦ୍ରା କାଳରେ ଶ୍ରାବଣୀ ପର୍ବ ପାଳନ କରାଯିବା ନିଷେଦ୍ଧ । ୩୦  ଅଗଷ୍ଟରେ ଭଦ୍ରା କାଳ ରାତି 9 ଟା2 ମିନିଟ ଯାଏଁ ରହିବ । ଏହିସମୟ ପରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଇପାରିବ । ରାକ୍ଷୀ ବନ୍ଧନ ଦିନ ସମୟରେ କଲେ ଶୁଭ ମନାଯାଏ । ତେଣୁ ଏମିତିରେ ୩୧ ଅଗଷ୍ଟରେ ଆପଣ ଦିନ ସମୟରେ ଏହି ପର୍ବକୁ ପାଳନ କରିପାରିବେ ।

 

Related posts

ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

mahabharatanews

୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ

mahabharatanews

ହାପି ବାର୍ଥଡେ ମୋଦୀ ଜୀ ; ଜନ୍ମଦିନରେ ପଢନ୍ତୁ, ମୋଦୀଙ୍କ ଜୀବନ କାହାଣୀ….

mahabharatanews