ବିଶେଷ

ନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଦିବସ ଆଜି

ନୟାଗଡ: ଛେନାପୋଡ କଥା ଆସିଲେ ମୁହଁରେ ଆସିଯାଏ ପାଣି । ଆଜି ହେଉଛି ସେଇ ବିଶ୍ୱ ପ୍ରସିଦ୍ଧ ଛୋପୋଡ଼ ଦିବସ । ଆଜି ହେଉଛି ସେଇ ଛେନାପୋଡ ଦିବସ । ଛୋନାପୋଡ଼ର ଜନ୍ମ ନୟାଗଡ ମାଟିରୁ । ନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଏବେ ବିଶ୍ୱଦରବାରରେ ପରିଚିତ । ଏହାର ସ୍ୱାଦ ପ୍ରତ୍ୟେକ ବ୍ୟାନ୍ତିଙ୍କୁ ନିଜ ଆଡକୁୂ ଆକୃଷ୍ଟ କରିଛି ।
ନୟାଗଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବରେ ପରିଣତ ହୋଇଛି। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ସାହଙ୍କ ଦ୍ୱାରା ପ୍ରଥମେ ପ୍ରସ୍ତୁତ ହୋଇଥିବା ଛେନାପୋଡ଼କୁ ଆହୁରି ଲୋକପ୍ରିୟ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ ବୋଲି ଅନେକ ମତ ଦେଇଛନ୍ତି। ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧ ତାରିଖକୁ ଗତବର୍ଷ ପ୍ରଥମ କରି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି ।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ସାହୁ ନୟାଗଡ଼ କଚେରି ବଜାରରେ ଏକ ଜଳଖିଆ ଦୋକାନ କରିଥିଲେ। ଥରେ ବଳକା ଛେନାକୁ କ’ଣ କରିବେ ଭାବି ଏକ ନିଆରା ମିଠା ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ। ଘରେ ପୋଡ଼ପିଠା ତିଆରି ପ୍ରଣାଳୀରେ ଉକ୍ତ ବଳକା ଛେନା, ଚିନି, କିଛି ସୁଜିକୁ ମିଶାଇ ଚକଟି ଶାଳପତ୍ର ଖଲିରେ ଗୁଡ଼ାଇ ଏକ ଚଟକା ଡେକ୍ଚିରେ ରଖି ଚୁଲିରେ ବସାଇ ଦେଇଥିଲେ। ପରଦିନ ଏହାକୁ ଖୋଲି ଦେଖନ୍ତି ତ ଏହା ଏକ ପିଠା ସଦୃଶ ହୋଇଯାଇଥିଲା ଏବଂ ଏହା ଅତ୍ୟନ୍ତ ସ୍ୱାଦଯୁକ୍ତ ଲାଗୁଥିଲା ।
ଜିଲ୍ଲା ପ୍ରଶାସନ ଏହି ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ପ୍ରତ୍ୟେକ ବିଭାଗକୁ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟେକ ସରକାରୀ କାର୍ୟ୍ୟାଳୟରେ ୧୧ ତାରିଖ ସକାଳ ୧୧ଟା ସମୟରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାର୍ଚ୍ଚ ମାସରେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ ସରିଥିବାବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଥିପାଇଁ ଜୋର୍ଦାର ଉଦ୍ୟମ କରିଛନ୍ତି। ଜିଆଇ ଟ୍ୟାଗ୍ ମାନ୍ୟତା ଦାବିରେ ଏମ୍ଏସ୍ଏମ୍ଇ ମନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିବାବେଳେ ଛେନାପୋଡ଼ ଦିବସ ପାଳନ ପାଇଁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଦେଇଛନ୍ତି ।

Related posts

ଆଖି ତଳ କଳାଦାଗ କମ୍ କରିବେ କିପରି

mahabharatanews

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

mahabharatanews