ଅପରାଧ

ନାବାଳିକାଙ୍କୁ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ

(ମହାଭାରତ, ପାରାଦୀପ): ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୋଳିଆ ସାହିରେ ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ୭୫ ବର୍ଷର ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ତେବେ ଗିରଫ ହୋଇଥିବା ବୃ୍ଦ୍ଧ ଜଣକ ଜଣେ ଦୋକାନୀ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୧୧ଟାରେ ନୋଳିଆ ସାହିର ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଗାଁର ଦୋକାନୀ ତାଙ୍କୁ ଦୋକାନ ଭିତରକୁ ଡାକି ନେଇଥିଲା । ତେବେ ବନ୍ଦ ଦୋକାନ ଭିତରେ ନାବାଳିକା ଥିବା ଜାଣି ଗାଁର ଜଣେ ମହିଳା ଅନ୍ୟମାନଙ୍କୁ କହିଥିଲେ । ଦୋକାନ ଘରୁ ନାବାଳିକା ଜଣକ ବାହାରିବା ପରେ ଘରକୁ ଯାଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା କହିଥିଲେ । ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଦୋକାନୀଙ୍କୁ ଗିରଫ କରିଛି । ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି । ତେବେ ୭୫ ବର୍ଷିୟ ବୃଦ୍ଧ ଦୋକାନୀଙ୍କର ଏଭଳି କୁକର୍ମକୁ ଗାଁ ଲୋକେ ତୀବ୍ର ନିନ୍ଦା କରିବା ସହ ପୋଲିସକୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Related posts

ବହୁରୂପୀ ଏଣ୍ଡୁଅକୁ ଡିଲ୍ କଲାବେଳେ ଧରିଲା ବନ ବିଭାଗ

mahabharatanews

କୁମ୍ଭୀର ଶିକାର ଅଭିଯୋଗରେ ଜଣେ ଗିରଫ

mahabharatanews

ଆନ୍ଧ୍ର ପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ପିଆଜ ବୋଝେଇ ଟ୍ରକରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ

mahabharatanews