ଭାରତ

 ରାମ ରହୀମ ବାବାଙ୍କୁ ପୁଣି ୫୦ଦିନର ପାରୋଲ 

(ଦିଲ୍ଲୀ) : ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପୁଣି ମିଳିଲା ପାରୋଲ । ଏଥର ରାମ ରହୀମଙ୍କୁ ୫୦ଦିନର ପାରୋଲ ମିଳିଥିବା ଜଣାପଡ଼ିଛି। ଆଜୀବନ କାରାଦଣ୍ଡ ମିଳିବ‌ା ପରେ ଗତ ଚାରି ବର୍ଷ ମଧ୍ୟରେ ନବମ ଥର ପାଇଁ ରାମ ରହୀମଙ୍କୁ ପାରୋଲ ପ୍ରଦାନ କରାଯାଇଛି।

ସୂଚନାନୁଯାୟୀ , ନଭେମ୍ବର ୨୦, ୨୦୨୩ରେ ତାଙ୍କୁ ୨୧ଦିନ ପାଇଁ ପାରୋଲ ମିଳିଥିଲା। ରାମ ରହୀମ ଏବେ ରୋହତକର ସୁନାରିଆ ଜେଲରେ ରହିଛନ୍ତି। ୨୦୧୭ମସିହାରେ ଦୁଇଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରାମ ରହୀମଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପରେ ୨୦୧୯ ମସିହାରେ ତାଙ୍କ କର୍ମଚାରୀ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Related posts

୩୧ ରବିବାରେ ଖୋଲିବ ବ୍ୟାଙ୍କ

mahabharatanews

ଶୀତକାଳୀନ ଅଧିବେଶନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ ସୂଚନା ଦେଇଛନ୍ତି

mahabharatanews

ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରୁ ବିପୁଳ ଅର୍ଥ ଜବତ

mahabharatanews