ଓଡିଶା

ଉପାସରେ ରଥ ଉପରେ ବସି ରହିଛନ୍ତି ମହାପ୍ରଭୁ 

(ପୁରୀ) : ବର୍ଷକୁ ଥରେ ମହାପ୍ରଭୁ ମାଉସୀ ମା ଘରକୁ ଯିବା ଲାଗି ବଡ଼ ଦେଉଳରୁ ବାହାରିଥିବା ବେଳେ ତାଙ୍କ ଦର୍ଶନ ଲାଭ କରିବାକୁ ଚାହିଁ ରହିଛନ୍ତି ଅଗଣିତ ଭକ୍ତ । କିନ୍ତୁ ରଥ ଉପରେ ବି ମହାପ୍ରଭୁଙ୍କ ସେବାରେ ଦେଖାଦେଇଛି ବିଭ୍ରାଟ । ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଉପାସରେ ରଥ ଉପରେ ବସି ରହିଛନ୍ତି ମହାପ୍ରଭୁ । ରଥ ଉପରେ ମହାପ୍ରଭୁଙ୍କ ନୀତିରେ ହୋଇଛି ବିଳମ୍ବ ।

ମଙ୍ଗଳ ଆଳତି, ଅବକାଶ ପରେ ଆଉ ଆଗକୁ ବଢିପାରିନାହିଁ ନୀତି କାନ୍ତି । ତେଣୁ ଖବର ଲେଖାଯିବା ପର୍ଯ୍ୟନ୍ତ ମହାପଭୁ ଉପାସରେ ଅଛନ୍ତି । ଏପରିକି ଗୋପାଳବଲ୍ଲଭ ନୀତି ମଧ୍ୟ ଅନୁଷ୍ଠିତ ହୋଇନାହିଁ । ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ବର୍ଷର ସବୁଠାରୁ ଲମ୍ବା ଦିନ ଜୁନ୍ ୨୧ , ଦିନ ୧୨ ଘଣ୍ଟା ନୁହଁ ରହିବ ୧୪ ଗତକାଲି ମଧ୍ୟ ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିଲେ ସୁଦ୍ଧା ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅଧାବାଟରେ ଅଟକି ରହିଥିଲା ।  ଦିନ ୩ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାରମାଳ ଲଗାଯିବା । ଏହା ପରେ ମହାପ୍ରଭୁ ଙ୍କ ପୁଷ୍ପାଞ୍ଜଳି ନୀତି ପରେ ତିନି ଦିଅଁଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ । ଶୁକ୍ରବାର ଠାରୁ ଭକ୍ତ ମାନେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ପାଇବେ ।

1

Related posts

ପାରଳାଖେମୁଣ୍ଡିରେ ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ

mahabharatanews

ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା ଜୀବନ୍,ଜଳିଗଲା କାର୍

mahabharatanews

‘ହଇଜା ସ୍ଥିତି ନିୟନ୍ତ୍ରଣାଧିନ’ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews