ଓଡିଶା

ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ ରଥ

(ପୁରୀ) : ଆରମ୍ଭ ହେଲା ରଥଟଣା । ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ ରଥ । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ, ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଏ । ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି ।

ସୂଚନାନୁଯାୟୀ , ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିକ କରୁଛନ୍ତି । ସେହିପରି ହୋଳହୁଳି ହରିବୋଲରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ ଦାଣ୍ତ । । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ତେବେ ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି।

Related posts

ଯୁବକଙ୍କ ମୁଣ୍ଡ କାଟି ଫୋପାଡି ଦେଲେ ଦୁବୃର୍ତ୍ତ

mahabharatanews

ପିପିଲି ଦାନଗହୀରି ଗ୍ରାମ ସମେତ ଟୋଲ୍ ଗେଟର ସ୍ଥିତି ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ

mahabharatanews

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ ଜିଏସଟି ପରିଷଦର ସଦସ୍ୟ

mahabharatanews