ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡ଼ପୁର ଗ୍ରାମରେ ଇଣ୍ଡିଆନ ରେଡ୍ କ୍ରସ୍ ସୋସାଇଟି ଓଡିଶା ଶାଖାର ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ରାଜ୍ୟ ଜୁନିୟର ରେଡ୍ କ୍ରସ୍ ଅଧିକାରୀ ଲଷ୍ମଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲିଫ ବଣ୍ଟନ ସହିତ ବହୁମୁଖୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାହାଡ଼ପୁର ଗ୍ରାମରେ ଏସ.ଏଲ.ଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜନ୍ମେଜୟୀ ଗିରିଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲାଓ ଏଥିରେ ମୁଖ୍ୟ ଅତିଥି ଭାବରେ ଇଣ୍ଡିଆନ ରେଡ କ୍ରସ ସୋସାଇଟି ପରିଚାଳନା କମିଟିର ସଦସ୍ୟ ସୁବୋଧ କୁମାର ଯୋଗ ଦେଇ ଏହି ଗ୍ରାମରେ ଆର୍ଥିକ ଅନଗ୍ରସର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମହାମହିମ ରାଷ୍ଟ୍ରପତି ତଥା ଭାରତୀୟ ରେଡ୍ କ୍ରସ୍ ର ସଭାପତି ଦ୍ରୌପଦୀ ମୂର୍ମୁଙ୍କ ନିର୍ଦେଶ ରହିଛି ବୋଲି ସୂଚନା ଦେଇଥିଲେ । ଏହି ଗ୍ରାମର ସାର୍ବଜନିନ ଉନ୍ନତି ପାଇଁ ରେଡ୍ କ୍ରସ୍ ଲୋକମାନଙ୍କର ଜୀବିକା ଉପରେ କାମ କରିବ ବୋଲି ଶ୍ରୀ ସୁବୋଧ କୁମାର ସିଂ ସୂଚନା ଦେଇଥିଲେ ।ଏହି କାର୍ୟ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଆଶୁ ଚିକିତ୍ସା ଉପରେ ରାଜ୍ୟ ବରିଷ୍ଠ ସାଧନ କର୍ମୀ ଲୀଲାପୂଣ୍ୟ ତୀର୍ଥ ସ୍ୱାଇଁ କୌଶଳ ଶିଖାଇଥିଲେ । ଏଥିରେ ଜିଲ୍ଲା ଜୁନିୟର ରେଡ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ବିଭିନ୍ନ ପ୍ରକାରର ସଚେତନତା ଧର୍ମୀ ସ୍ଲୋଗାନ ପ୍ରଦାନ କରିଥିଲେ । ଜିଲ୍ଲା ସାଧନ କର୍ମୀ ତଥା ପରିବେଶବିତ ଡ଼ ରମାକାନ୍ତ ମହାନ୍ତ, କାଉନସେଲର ମିତା ହାଁସଦା, ବାଦାମପାହାଡ଼ ମହାବିଦ୍ୟାଳୟର ଅଧ୍ୟାପକ ଜିତେନ୍ଦ୍ରନାଥ ଦଳେଇ, ସରପଞ୍ଚ ଋକ୍ ମଣି ମୂର୍ମୁ, କୋଷାଧକ୍ଷ ସୁମିତ୍ରା ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହି ରେଡ କ୍ରସ ଭୂମିକା ଉପରେ ଆଲୋକପାତ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ନିଗମାନନ୍ଦ ଗିରି, ହେମାନନ୍ଦ ଗିରି, ଜଗନ୍ନାଥ ମୂର୍ମୁ, ନାରାୟଣ ହାଁସଦା, ରାମଚନ୍ଦ୍ର ମାର୍ଣ୍ଡି, ନୀଳକଣ୍ଠ ବାରିକ, ରାଜେନ୍ଦ୍ର ନାଥ ଗିରି, ଶିକ୍ଷୟତ୍ରୀ ଡୁମୁନି ମୁର୍ମୁ, ମେନକା ଟୁଡୁ, ସୁମିତା ରାଉତ, ଛାତ୍ର ଭୂପେଶ ଗିରି ମଳୟ ଗିରି, ଆଶିଷ ଗିରି, ସାଗର ସୋରେନ, ନିହାର ରଞ୍ଜନ ଗିରି, ଆକାଶ ମହାନ୍ତ, ଛାତ୍ରୀ ସୁଭାଷିନୀ ବେହେରା, ପଲ୍ଲବୀ ଗିରି, ନିବେଦିତା ଗିରି, ସ୍ୱୟଂଶ୍ରୀ ମହାନ୍ତ , ଲିପ୍ସା ଖୁଣ୍ଟିଆ ପ୍ରମୁଖଙ୍କୁ ରେଡ୍ କ୍ରସ୍ ପକ୍ଷରୁ ହାଇ ଜିନ କିଟ୍ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟରେ ଜୁନିୟର ରେଡ କ୍ରସର ଏକ ଶାଖା ଖୋଲିବାକୁ ଜେ ଆର ସି ଓ ଶ୍ରୀ ସ୍ୱାଇଁ ଉଦଘାଟନ କରିଥିଲେ । ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ରେଡ କ୍ରସ ପକ୍ଷରୁ ତେଲ, ସାବୁନ, ସାନିଟାରୀ ପ୍ୟାଡ଼ ପ୍ରଭୁତି ପ୍ରଦାନ କରାଯାଇଥିଲା । ଏଥିରେ ଗ୍ରାମର ୧୫୫ ପରିବାରଙ୍କୁ ରେଡ କ୍ରସ ପକ୍ଷରୁ ତାରପୋଲିନ, ରୋଷଇ ସାରଞ୍ଜମ୍, ଲୁଗା, ମଶାରୀ, କମ୍ବଳ ପ୍ରଭୁତି ଗ୍ରାମବାସୀମାନଙ୍କୁ ରେଡ୍ କ୍ରସ୍ ପକ୍ଷରୁ ପ୍ରଦାନ କରିଥିଲେଓ
previous post
next post