(ସମ୍ବଲପୁର) : ସମ୍ବଲପୁରରେ ଦୁର୍ଗା ପୁଜା ଭସାଣ ଶୋଭାଯାତ୍ରା ହେବନି । ଦୁର୍ଗାପୂଜାରେ ଭସାଣୀ ଶୋଭାଯାତ୍ରାକୁ ମନା ହୋଇଥିବା ବେଳେ କଳସ ଯାତ୍ରା ଓ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏଭଲି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ବୈଠକରେ ସହରର ସମସ୍ତ ଦୁର୍ଗା ପୂଜା କମିଟି ସଦସ୍ୟ ଯୋଗ ଦେଇଥିଲେ ।
ସୂଚନାନୁଯାୟୀ , ବିନା ଶୋଭାଯାତ୍ରାରେ କମିଟିର କିଛି ସଦସ୍ୟ ଓ ପୋଲିସ ଉପସ୍ଥିତିରେ ଭସାଣ ହେବ । କେବଳ ପୁଜା ମଣ୍ତପରେ ବାଜା ବାଜିବର ଅନୁମତି ମିଳିଛି । ସେପଟେ ପ୍ରଶାସନର ଏଭଲି ନିଷ୍ପତ୍ତି କୁ ନେଇ ପୁଜା କମିଟି ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ଗଣ୍ଡଗୋଳ ତଥା ହିଂସାକୁ ଦେଖି ଆସନ୍ତା ୨୦୨୪ ଜୁନ ମାସ ଯାଏ ସହରରେ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ସ୍ପଷ୍ଟ କରିଥିଲା ।
