ଓଡିଶା

ସଟ ଡାଉନ ପ୍ରଭାବରେ ସାଲେପୁର ସହର ବନ୍ଦ

ତାରାକାନ୍ତ ନାୟକ/ ସାଲେପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡିଶା ସରକାର ପ୍ରାୟ ୧୧ଟି ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବ ସାଲେପୁର ସହରରେ ଦେଖିବାକୁ ମିଳିଛି। ସାଲେପୁର ଅଂଚଳର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ୟ୍ୟନ୍ତ ମେଡ଼ିସିନ ଦୋକାନକୁ ଛାଡିଲେ ଅନ୍ୟ ଦୋକାନ ଗୁଡିକ ବନ୍ଦ ରହିଛି। ଲୋକମାନେ ସ୍ୱତପ୍ରବୃତଭାବେ ସଟଡାଉନକୁ ମାନି ଘରୁ ବାହାରକୁ ବାହାରୁ ନାହାନ୍ତି । ସେହିପରି ଜରୁରୀକାଳୀନ ଯାନବାହନକୁ ଛାଡିଦେଲେ ଅନ୍ୟ ଯାନ ବାହାନ ଚଳାଚଳ ବନ୍ଦ ରହିଛି। ଅପରପକ୍ଷରେ ସାଲେପୁର ପୋଲିସ ପକ୍ଷରୁ ମଧ୍ୟ କୌଣସି କାମ ନ ଥାଇ ଘରୁ ପଦାକୁ ବାହାରି ବୁଲାବୁଲି କରୁଥିବା ଲୋକ ମାନଙ୍କୁ ତାଗିଦ କରାଯାଉଛି।

Related posts

୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଦୁଇଟି ଜନହିତକାରୀ ପ୍ରକଳ୍ପର ଲୋକାର୍ପଣ  ଶିଳାନ୍ୟାସ

mahabharatanews

ଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀ

mahabharatanews

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

mahabharatanews