Uncategorized

ହଫିଜ ବ୍ୟାଙ୍କ ଆକାଉଣ୍ଟ ଉପରେ ଲାଗିଥିବା କଟକଣା ହଟାଇଲା ପାକିସ୍ତାନ

ଇସଲାମାବାଦ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ପୁରୋଧା ହାଫିଜର ବ୍ୟାଙ୍କ ଆକାଉଣ୍ଟ ଉପରେ ଲାଗିଥିବା କଟକଣାକୁ ପାକିସ୍ତାନ ହଟାଇ ଦେଇଛି। ସଇଦ ସହ ଆଉ ୪ ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟଓ୍ୱି, ହାଜି ଏମ ଅଶରଫ, ୟାହୟା ମୁଜାହିଦ୍, ଜାଫର ଇକବାଲଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରୁ ମଧ୍ୟ କଟକଣା ହଟାଯାଇଛି । ମିଳିତ ଜାତିସଂଘର କମିଟି ଅନୁମତି ଦେବା ପରେ ଜମାତ-ଉଦ-ଦାୱା, ଲଶ୍କର-ଏ-ତୈଇବାର ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାକିସ୍ତାନ ସରକାର ସକ୍ରିୟ କରିଛି।
କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ହାଫିଜଙ୍କୁ ମେ ମାସରେ ଲାହୋର ଜେଲରୁ ଛାଡ଼ି ଦେଇଥିଲେ ପାକିସ୍ତାନ ସରକାର। ବାକି ଆତଙ୍କବାଦୀ ଲାହୋର ଜେଲରେ ସଜା କାଟୁଛନ୍ତି। ଏମାନଙ୍କ ନାମରେ ପଞ୍ଜାବର କାଉଣ୍ଟର ଟେରୋରିଜିମ ଡିପାର୍ଟମେଣ୍ଟ ରିପୋର୍ଟ ଦାଖଲ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାରଙ୍କ ଅନୁମତି କ୍ରମେ ଏହି ସମସ୍ତ ଆତଙ୍କବାଦୀ ୟୁଏନଏସସିକୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ନିବେଦନ କରିଥିଲେ। ଫଳରେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଇ ହେବ। ମିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ଏହି ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଥିଲା।

Related posts

ମହାରାଷ୍ଟ୍ରରେ ୧୦୦୧ ପୁଲିସ କର୍ମଚାରୀ ସଂକ୍ରମିତ

mahabharatanews

୭ ପର୍ଯ୍ୟନ୍ତ ଉତ୍ତରପୂର୍ବ ଦିଲ୍ଲୀରେ ସ୍କୁଲ ବନ୍ଦ

mahabharatanews

ଦେଶରେ ଗତ ଗୋଟିଏ ଦିନରେ ୬୫୪ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews