ଓଡିଶା

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

(ତାରାକାନ୍ତ ନାୟକ,ସାଲେପୁର): କଟକ ଜିଲ୍ଲା ମାହାଙ୍ଗା ଥାନା ହଂସଦିଆ ଠାରେ ଏକ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘରୁ ନିଜ ଚାକିରି କ୍ଷେତ୍ର କୁ ବାଇକ୍ ଯୋଗେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କିଶନ ନଗର ଥାନା କୂଳସମିତାଙ୍ଗ ଗାଁର ସୋମ୍ୟରଞ୍ଜନ ଲେଙ୍କା। ସେ ଯାଜପୁରର ଏକ ସିମେଣ୍ଟ କାର୍ଖାନାରେ କାମ କରୁଥିବା ଜଣାଯାଇଛି । ଆଜି ବାଇକ୍ ଯୋଗେ କାରଖାନାକୁ ଯାଉଥିବା ବେଳେ ଦୂର୍ଘଟଣା ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାହାଙ୍ଗା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ।

Related posts

ଦୀର୍ଘ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ, ପ୍ରତିଷ୍ଠା ହେବ ମେଡିକାଲ କଲେଜ

mahabharatanews

ପୁଣି ଚର୍ଚ୍ଚାରେ ପୋଲିସ ଏସ୍ ଆଇ ଶୁଭଶ୍ରୀ ନାୟକ

mahabharatanews

୭ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

mahabharatanews