ଓଡିଶା

ଲଗାଣ ବର୍ଷାରେ ଧସିଲା ପାହାଡ଼, ଯାତାୟାତ ଠପ 

(ପାରଳାଖେମୁଣ୍ଡି) : ଲଗାଣ ବର୍ଷାରେ ଧସିଲା ପାହାଡ଼ । ଫଳରେ ଗୁମ୍ମା ବ୍ଲକ କୁଜାସିଂରୁ ଅଜୟଗଡ଼ ଯାତାୟାତ ରାସ୍ତା ବନ୍ଦ ହୋଇସାଯାଇଛି । କୁଜାସିଂ-ଅଢ଼େଇ ଗାଁକୁ ଲମ୍ବିଥିବା ଘାଟି ରାସ୍ତାରେ ପାହାଡ ଧସି ଯାଇଥିଲା । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳିଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ସୂଚନାନୁଯାୟୀ , କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ସକାଳୁ ସକାଳୁ ଏହି ଘଟଣା ଘଟିଛି । ତେବେ ଦୁର୍ଭାଗ୍ୟବଶଃତ କୌଣସି ଧନଜୀବନ ହାନୀ ହୋଇ ନାହିଁ । ଗତ ୩ ଦିନ ଧରି ଗୁମ୍ମା ବ୍ଳକରେ ବର୍ଷା ଲାଗି ରହିଥିବାରୁ ପାହାଡରୁ ପଥର ଖସୁଛି ।

Related posts

ଓଡିଶା ଆସିଲା ୨୦ହଜାର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ

mahabharatanews

ଟାଟା ମ୍ୟାଜିକ-ଡମ୍ପର ଧକ୍କା, ୪ ଗୁୁରୁତର ଆହତ

mahabharatanews

ନାଗା ଗୌଡ଼ ହତ୍ୟାକାଣ୍ଡ: ଧରାପଡିଲା ମୁଖ୍ୟ ଅଭିଯୁକ୍ତ

mahabharatanews