ଓଡିଶା

୪ଟାରେ ଖୋଲିବ ହୀରାକୁଦର ଦୁଇଟି ଗେଟ୍

(ହୀରାକୁଦ) : ଖୋଲିବ ହୀରାକୁଦର ଦୁଇଟି ଗେଟ୍ । ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ ଲଘୁଚାପ ସୃଷ୍ଟି ହୋଇଛି । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌ ରହିଛି ।

ସୂଚନାନୁଯାୟୀ , ଲଘୁଚାପର ରୂପ ନେଇଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗତ ୨୪ଘଣ୍ଟାରେ ଆଜି ସକାଳ ୮ଟା୩୦ ସୁଦ୍ଧା ରେକର୍ଡ ପ୍ରମୁଖ ବର୍ଷା, ୪ସ୍ଥାନରେ ଅତିପ୍ରବଳ ଏବଂ ୧୭ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।

Related posts

ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ

mahabharatanews

ରାଜ୍ୟରେ ସକ୍ରିୟ ହେବ ପ୍ରାକ୍ ମୌସୁମୀ, ମେଘୁଆ ପାଗ ସହ ବର୍ଷା ସମ୍ଭାବନା

mahabharatanews

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ କଲେ ମହିଳା

mahabharatanews