ଓଡିଶା

ଉଦଳା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଉଦଳା/ଦୀପକ ମିଶ୍ର : ଉଦଳା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉଦଳା ଥାନାରୁ ଏକ ବିରାଟ ରାଲିରେ ବାହାରି ବଜାର ପରିକ୍ରମା ସହ ଲୋକମାନଙ୍କୁ ସଚେତନ କରିଥିଲେ | ବିଶେଷ କରି ଦ୍ରୁତ ଗତିରେରେ ଗାଡି ନ ଚଳାଇବା, ମଦ୍ୟପାନ ନ କରିବା ଓ ହେଲମେଣ୍ଟ ପିନ୍ଧି ଗାଡ଼ି ଚଳାଇବା ଉପରେ ଲୋକ ମାନଙ୍କୁ ସଚେତନ କରିଥିଲେ |

ପ୍ରତେକ ଦିନ ଦୁର୍ଘଟଣାରେ ଲୋକ ମାନଙ୍କ ଅମୂଲ୍ୟ ଜୀବନ ଯାଉଥିବା ବେଳେ ଏହା ଉପରେ ଗୁରୁତ୍ଵ ଦେବା ପାଇଁ ଉଦଳା ଥାନା ଅଧିକାରୀ ନିରୋଜ ସାମଲ ଲୋକମାନଙ୍କୁ ବୁଝାଇ ଥିଲେ | ଉଦଳା ଥାନା ଅଧିକାରୀ ସମେତ ପୋଲିସ କର୍ମଚାରୀ, ପୋଲିସ ସମିତିର ସଦସ୍ୟ, ଗଣ ମାଧ୍ୟମର ପ୍ରତିନିଧି, ଉଦଳା ହାଇସ୍କୁଲ ଓ ଉଦଳା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ ଥିଲେ |

Related posts

ଛତୁମାନେ ବି କଥା ହୁଅନ୍ତି

mahabharatanews

ଯୁକ୍ତଦୁଇର ଛାତ୍ରଛାତ୍ରୀଙ୍କୁ ଲାପଟପ

mahabharatanews

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

mahabharatanews