ଓଡିଶା

ଯୁକ୍ତଦୁଇର ଛାତ୍ରଛାତ୍ରୀଙ୍କୁ ଲାପଟପ

(ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର : ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଆଜି ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମିଳନୀ କକ୍ଷରେ ଲାପଟପ ବିତରଣ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପରେ ଏହା ପର୍ୟ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଲାପଟପ ବିତରଣ ହେବ । ଚଳିତ ବର୍ଷ ରାଜ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତରୁ ଯୁକ୍ତଦୁଇର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଜରିଆରେ ଲାପଟପ ବିତରଣ କରାଯିବ । ବିଜୁ ସଶକ୍ତିକରଣ ଯୋଜନାରେ ୨୦୧୩ ମସିହାଠାରୁ ମାଗଣା ଲାପଟପ ବଣ୍ଟନ କରାଯାଉଛି । ଏହି ଯୋଜନରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିବର୍ଷ ୧୫ ହଜାର ଲାପଟପ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ସମୁଦାୟ ୯୦ ହଜାର ୨୦୩ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟାଯାଇଛି ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲକରାଯିବ । ରାଜ୍ୟ ସରକାରଙ୍କ ୫ ଟି କାର୍ୟ୍ୟକ୍ରମରେ ସମ୍ପୂର୍ଣ ସ୍ୱଛତା ଅବଲମ୍ବନ କରାଯାଇ ୨୦୧୯-୨୦ ବର୍ଷ ନିମନ୍ତେ ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି ।

Related posts

 ଚାତକ ପରି ଚାହିଁ ବସିଛି ରୁପାର ସିଂହଦ୍ବାର

mahabharatanews

ରାଜଧାନୀରେ ଡେଙ୍ଗୁ ଆତଙ୍କ , ଜଣେ ନାବାଳିକା ମୃତ

mahabharatanews

ରାଜ୍ୟରେ ଲଗାତାର ପ୍ରବଳ ବର୍ଷା, ସତର୍କ ରହିବାକୁ ଏସ୍‌ଆର୍‌ସିର ନିର୍ଦେଶ  

mahabharatanews