(କଣିହାଁ/ଜ୍ୟୋତିରଂଜନ ଧର): ଡାକ୍ତରଙ୍କୁ ବୋକା ବନାଇ ଜଣେ ମହିଳା ରୋଗୀ ୩୦ ହଜାର ଚୋରି କରି ଚମ୍ପଟ ମାରିଥିବା ଜଣାଯାଇଛି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅମଲାପଡାର ଜଣେ ଡାକ୍ତରଙ୍କ ଘରେ । ସୂଚନା ମୁତାବକ, ଅମଳାପଡା ସ୍ଥିତ ଡାକ୍ତର ଦୀପକ ଗଡ଼ନାୟକ ତାଙ୍କ ଘରେ ସକାଳ ସାଢେ ୮ଟା ସମୟରେ ରୋଗୀ ଦେଖୁଥିଲେ । ଏହି ସମୟରେ ତାଙ୍କ ଘରକୁ ଜଣେ ପୁରୁଷ ଓ ମହିଳା ଆସିଥିଲେ । ମହିଳା ଜଣକ ନିଜକୁ ରୋଗୀ ବୋଲି କହି ଡାକ୍ତରଙ୍କ ଠାରୁ ଚିକିତ୍ସା ନିମନ୍ତେ ପରାମର୍ଶ ନେଇଥିଲେ । ତେବେ ଏହି ସମୟରେ ଡାକ୍ତର ଜଣକ କୌଣସି କାରଣରେ ଖୁବ କମ୍ ସମୟ ପାଇଁ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ମହିଳା ରୋଗୀ ଜଣକ ବଢାଇ ଡାକ୍ତରଙ୍କ କ୍ୟାସ ଡ୍ରରୁ ୩୦ ହଜାର ଟଙ୍କା ଚୋରି କରି ଅତି ସାବଧାନତାର ସହ ନିଜ ପିନ୍ଧା ଲୁଗା ଭିତରେ ଲୁଚାଇ ଦେଇଥିଲେ । ଆଉ ପରେ ପରେ ସେଠାରୁ ଉଠି ଚାଲି ଯାଇଥିଲେ । ତେବେ ଏ ଟଙ୍କା ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଥିଲା । ଏ ନେଇ ଡାକ୍ତର ଦୀପକ ଗଡ଼ନାଏକ ଅନୁଗୋଳ ଥାନାରେ ଅଭିଯୋଗ କରିଥିବା ବେଳେ ସିସିଟିଭି କ୍ୟାମେରାରେ ଚୋରି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଘଟଣାରେ ପୋଲିସ ଅନୁଗୁଳ ନିକଟସ୍ଥ ଏକ ଗାଁର ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
next post