(ରିପୋଟର୍ସ ଟୁଡେ): ଜାତୀୟ ରାଜପଥ-୧୩୦ ର ୬ ଲେନ୍ ବିଶିଷ୍ଟ କାଲିଆଗୁଡ଼ା-ବାଉଁଶଗୁଆର ରାସ୍ତା ନିର୍ମାଣ ପାଇଁ ରାୟପୁର-ବିଶାଖାପାଟଣା ଅର୍ଥନୀତି କରିଡର ଅଧିନରେ କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ କରିଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ୧୫୩୯ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ୨୪୦ କିଲୋମିଟର ଲମ୍ବା ଗ୍ରୀନଫିଲ୍ଡ ପ୍ରୋଜେକ୍ଟକୁ ଅନୁମୋଦନ ଦେଇଛନ୍ତି । ଏହି ରାସ୍ତା ଝରିଗାଁ, ପାପଡ଼ାହାଣ୍ଡି, ବୋରିଗୁମ୍ମା, କୋରାପୁଟ, ସିମିଳିଗୁଡ଼ା, ରାୟଗଡ଼ା, ଉମରକୋଟ, ଡାବୁଗାଁ, ନବରଙ୍ଗପୁର ଜିଲ୍ଲା, ଦସମନ୍ତପୁର ଏବଂ କୋରାପୁଟ ଜିଲ୍ଲାର ପୋଟାଙ୍ଗିକୁ ସଂଯୋଗ କରିବ । ଏନେଇ ଜାତୀୟ ରାଜପଥ ଅଧିକାର କହିଛନ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରୋଜେକ୍ଟ ପାଇଁ ଜମି ଅଧିକରଣ ପ୍ରକ୍ରିୟା । ଏଥିପାଇଁ ସମର୍ଥନ ଯୋଗାଇଛନ୍ତି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ପ୍ରଶାସନ । ଏହି ପ୍ରୋଜେକ୍ଟ ଆଦିବାସୀ ପ୍ରାଧନ୍ୟ ଅଞ୍ଚଳରେ ଆର୍ଥିକ ବିକାଶ ମୂଳକ କାର୍ଯ୍ୟ ପାଇଁ ବେଶ୍ ସହାୟକ ହେବ । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ଏହି ପ୍ରକଳ୍ପକୁ ପ୍ରାଧାନ୍ୟ ଦେଇଛନ୍ତି ବୋଲି ଏନ୍ଏଚ୍ ଅଧିକାରୀ କହିଛନ୍ତି ।
previous post
