ଓଡିଶା

ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଜଳେଶ୍ୱର: ପ୍ରଥମେ ପ୍ରେମ, ତାପରେ ଦୈହିକ ସମ୍ପର୍କ ପରେ ଗର୍ଭବତୀ ହେବା ପରେ ପ୍ରେମିକର ପ୍ରତାରଣାକୁ ନେଇ ପ୍ରେମିକ ଘର ଆଗରେ ଧାରଣାରେ ବସିଲେ ପ୍ରେମିକା । ଏମିତି କିଛି ଦେଖିବାକୁ ମଳିଛି ବାଲିଆପାଳ ଥାନା ଅଧୀନ କୁଲ୍ଲା ଗ୍ରାମରେ ।
ସୂଚନା ଅନୁଯାୟୀ କୁଲ୍ଲା ଗ୍ରାମର ଅଶୋକ ନାୟକ ଓ ନିକଟବର୍ତ୍ତୀ ଗ୍ରାମର ୧୯ ବର୍ଷୀୟା ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମିକ ଉଚ୍ଚ ଜାତିର ହୋଇଥିବା ବେଳେ ପ୍ରେମିକା ନୀଚ ଜାତିର । ପ୍ରେମକୁ ନେଇ ବିରୋଧ ଆଶଙ୍କାରେ ଉଭୟ ଘରୁ ପଳାଇ ଯାଇଥିଲେ ଗୁଜୁରାଟକୁ । ସେଠାରେ ବିବହା କରିଥିଲେ । କିନ୍ତୁ ବିବାହର ୧୫ ଦିନ ପରେ ଝିଅ ଉପରେ ପ୍ରେମିକ ନିର୍ଯାତନା ଆରମ୍ଭ କରି ଦେଇଥିଲା । ସେଠାରେ ୫ ମାସ ରହିବା ପରେ ହଠାତ୍ ଦିନେ ଅଶୋକ ତାର ସ୍ତ୍ରୀକୁ ଛାଡି ନିଜ ଗାଁ କୁହ୍ଲାକୁ ପଳାଇ ଆସିଥିଲା । ଅପରପକ୍ଷରେ ଯୁବତୀ ଅଶୋକର ସନ୍ତାନର ମା’ ହେବାକୁ ଯାଉଛନ୍ତି । ଅଶୋକଙ୍କ ଅନୁପସ୍ଥିତିରେ ସେ ଅସହାୟା ହୋଇପଡିଥିବା ବେଳେ ସେଠାରେ ଥିବା କିଛି ଓଡିଆ ଲୋକଙ୍କ ସାହାଯ୍ୟରେ ବାଲିଆପାଳ ଆସିଥିଲେ ଯୁବତୀ । ଯୁବତୀଙ୍କ ମା ମରି ଯାଇଛନ୍ତି, ବାପା ପାଗଳ । ତେଣୁ ଜେଜେବାପା ନାତୁଣୀଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଥାନ।।ରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପ୍ରବଳ ଶୀତରେ ଅଶୋକର ଘରକୁ ଯାଇଥିଲେ । କିନ୍ତୁ ସେଠାରେ ଦେଖିଲେ ଘରେ ତାଲା ପଡିଛି । ପରିବାରର ସମସ୍ତ ସଦସ୍ୟ କେଉଁଆଡେ ପଳାଇ ଯାଇଛନ୍ତି । ପୀଡିତା ଯୁବତୀ ଯଦରେ ସେଠରେ ଧାରଣାରେ ବସିଥିବା ବେଳେ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ଧାରଣାରେ ବସିବାର ୨୪ ଘଣ୍ଟା ବିତିଗଲାଣି । କିନ୍ତୁ ସେଠାରେ ନା ପୁଲିସ ପହଁଚିଛି ନାହିଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇଛି । ଅଶୋକଙ୍କ ଘରେ ମଧ୍ୟ ତାଲା, ଦେଖିବାକୁ ଅଛି ପ୍ରଶାସନ ପୀଡିତାଙ୍କୁ ନ୍ୟ।।ୟ ଦେବ ନା ଅନ୍ୟ ଅସହାୟା ପୀଡିତାଙ୍କ ପରି ଯୁବତୀ ଆତ୍ମହତ୍ୟାକୁ ଆପଣେଇ ନେବେ?

Related posts

ମହିଳା ଦିବସ ଅବସରରେ ସ୍ୱତନ୍ତ୍ର ବାଲୁକା ଆନିମେସନ୍

mahabharatanews

ଜିଲ୍ଲାସ୍ତରୀୟ ୯୧ ତମ ଓଡିଶା ଦିବସ ମହାସମାରୋହରେ ପାଳିତ

mahabharatanews

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews