ମନୋରଞ୍ଜନ

ମା ବନିବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ ରୁବିନା ଦିଲେକ 

(ମୁମ୍ବାଇ) : ମା ବନିବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ ରୁବିନା ଦିଲେକ  । ତାଙ୍କ ସୋସିଆଲ ମିଡିଆ ସାଇଟରେ ଅଭିନେତ୍ରୀ ସ୍ୱାମୀ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ବେବି ବମ୍ପ ଲୁକ୍ ଦେଖିବା ପାଇଁ ମିଳୁଛି । କିଛି ସମୟ ପୂର୍ବରୁ ଲୋକମାନେ ରୁବିନା ଦିଲାୟକଙ୍କ ଏକ ଫଟୋ ଉପରେ ପ୍ରତିକ୍ରିୟା ଦେଇ ପ୍ରଶ୍ନ କରିଥିଲେ ଯେ ସେ ଗର୍ଭବତୀ ଅଛନ୍ତି । ଯାହା ଉତ୍ତର ଆଜି ସମସ୍ତଙ୍କୁ ମିଳିଯାଇଛି ।

ସୂଚନାନୁଯାୟୀ , କିଛି ସମୟ ପୂର୍ବରୁ ବିମାନ ଭିତରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ସେ ପ୍ରେଗନେଣ୍ଟ ଅଛନ୍ତି । ବର୍ତ୍ତମାନ ରୁବିନା ସ୍ୱାମୀଙ୍କ ସହ ସମୁଦ୍ର ମଝିରେ କ୍ରୁଜରେ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେଉଛି । ଏହି ସୁନ୍ଦର ଫଟୋରେ ସେ କ୍ୟାପସନ୍ ଦେଇଛନ୍ତି, ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଆମେ ଏକାଠି ଦୁନିଆ ଦେଖିବୁ, ବିବାହ କଲୁ ଏବଂ ବର୍ତ୍ତମାନ ଏକ ପରିବାର ଆରମ୍ଭ କରିବାକୁ ଯାଉଛୁ । ଖୁବ୍ ଶୀଘ୍ର ନୂଆ ଅତିଥିଙ୍କୁ ସ୍ୱାଗତ କରିବୁ !

Related posts

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

mahabharatanews

ମନି ଲଣ୍ଡରିଂ ମାମଲା; କୋର୍ଟରେ ହାଜର ହେଲେ ଜ୍ୟାକଲିନ୍

mahabharatanews

ପତ୍ନୀଙ୍କଠାରୁ ଅଲଗା ହେଲେ ବଲିଉଡ ରାପର ହନି ସିଂ

mahabharatanews