ଭାରତ

ଜରୁରୀ କ୍ୟାବିନେଟ୍ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) : ଅଚାନକ କେନ୍ଦ୍ର କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସୋମବାର ସନ୍ଧ୍ୟା ସାଢ଼େ ୬ଟାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ସଂସଦର ଆନେକ୍ସ ଭବନରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ବାଜିପାରେ ।

ସୂଚନାନୁଯାୟୀ ,  ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଥିବା ଦୃଷ୍ଟିରୁ ଏହି କ୍ୟାବିନେଟ୍ ବୈଠକକୁ ଗୁରୁତ୍ବ ଦିଆଯାଉଛି । ଏହା ପୂର୍ବରୁ ସଂସଦର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜିଠାରୁ ଆରମ୍ଭ ହେଉଥିବା ସଂସଦର ଅଧିବେଶନ ଛୋଟ କିନ୍ତୁ “ବହୁତ ବଡ”, “ମୂଲ୍ୟବାନ” ଏବଂ “ଐତିହାସିକ ନିଷ୍ପତ୍ତି” ସମୟ ଦୃଷ୍ଟିରୁ “ଐତିହାସିକ ନିଷ୍ପତ୍ତି”।

 

 

 

Related posts

ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

mahabharatanews

ଦେଶରେ ଦିନକରେ ୨,୫୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଏକ ଟ୍ରକରୁ ପୁଳାପୁଳା ଟଙ୍କା ଜବତ

mahabharatanews