ଓଡିଶା

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ ମୁରଲୀଧର ନିଯୁକ୍ତ

କଟକ: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏସ୍‌. ମୁରଲୀଧର ନିଯୁକ୍ତି ପାଇଲେ । ପଞ୍ଜାବ-ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ୍‌ ଏସ୍‌. ମୁରଲୀଧର । ଜଷ୍ଟିସ୍‌ ମୁରଲୀଧର ମାଡ୍ରାସ ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଓ ନାଗପୁର ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ କରିଥିଲେ । ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି କରିଥିଲେ । ଆଇନଜୀବୀ ଭାବେ ସେ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୨୦୦୬ ମସିହା ମେ’ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ପ୍ରଥମେ ସେ ନିଯୁକ୍ତି ପାଇଥିଲେ। ଗତ ମାର୍ଚ୍ଚ ୨୦ରେ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା।
ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେନ୍ଦ୍ର ଆଇନ ମନ୍ତ୍ରାଳୟର ସ୍ବୀକୃତି ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

Related posts

ଚାଷୀଙ୍କୁ କଚାଡି ମାରିଲା ହାତୀ

mahabharatanews

ଭଦ୍ରକରେ ୧୪୪ ଧାରା 

mahabharatanews

୮ରେ ରତ୍ନଭଣ୍ଡାର ମରାମତି ମାମଲାର ପରବର୍ତ୍ତୀ ଶୁଣାଣି 

mahabharatanews