ଓଡିଶା

ଭଦ୍ରକରେ ୧୪୪ ଧାରା 

(ଭଦ୍ରକ) : ଭଦ୍ରକ ମଦିନା ମୈଦାନ ଓ ଏହାର ୨୦୦ମିଟର ପରିଧି ଭିତରେ ୧୪୪ଧାରା ଲାଗୁ । ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ଧାରା ବଳବତ୍ତର ରହିବ । ୧୪୪ଧାରା ଜାରି କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ । ଆଇନ ଶୃଙ୍ଖଳା ବିପର୍ଯୟ ହେବା ଆଶଙ୍କାକୁ ଏଡ଼ାଇବା ପାଇଁ ଏହି କଟକଣା ଲାଗୁ କରାଯାଇଛି ।

ସୂଚନାନୁଯାୟୀ , ନିୟମ ଉଲଂଘନ କଲେ ଭଦ୍ରକ ପୁରୁଣାବଜାର ପୋଲିସକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ସବିର ଖାଁ ନାମକ ଜଣେ ବ୍ୟକ୍ତି ଏକ ପ୍ରତିବାଦ ସଭା କରିବାକୁ ଆବେଦନ କରିଥିଲେ । ତେବେ ଏହି ପ୍ରତିବାଦ ସଭା ହେଲେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ଶାନ୍ତି ଭଙ୍ଗ ହେବା ସହ ହତ୍ୟା, ଦଙ୍ଗା ଓ ସାଧାରଣ ଜନତାଙ୍କ ଧନ, ଜୀବନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ଭଦ୍ରକ ମୁସଲିମ ଜମାତର କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନଙ୍କ ଅଭିଯୋଗ ଭିତ୍ତିରେ ଭଦ୍ରକ ସବ ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପ-ଜିଲ୍ଲାପାଳ ମନୋଜ ପାତ୍ର ଏହି ନିଷ୍ପତ୍ତି ନେଇଛନ୍ତି ।

Related posts

ଦାଣ୍ଡ ଯାତ୍ରା ଉତ୍ସବ, ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ରେ ଦାଣ୍ଡ ପ୍ରକମ୍ପିତ

mahabharatanews

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରଫିକ୍ଙ୍କ ଶପଥ ପାଠ

mahabharatanews

ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନୱାଡି କେନ୍ଦ୍ର

mahabharatanews