ମନୋରଞ୍ଜନ

ଏହି ଫିଲ୍ମ ପାଇଁ ୧୦କୋଟି ନେବେ  ସାଇ ପଲ୍ଲବୀ  

(ମୁମ୍ବାଇ) : ବର୍ତମାନ ସାଉଥ୍ ଲୋକପ୍ରିୟ ଅଭିନେତ୍ରୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୌରାଣିକ ଚଳଚ୍ଚିତ୍ର ରାମାୟଣରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଇ ପଲ୍ଲବୀଙ୍କୁ କାଷ୍ଟ କରାଯାଇଥିବା ବେଳେ ଏହି ଫିଲ୍ମ ପାଇଁ ସେ ନିଜ ପାରିଶ୍ରମିକ ଦ୍ବିଗୁଣ କରିଥିବା ଜଣାପଡ଼ିଛି।

ଆଂଜ୍ଞା ହଁ ଅଭିନେତ୍ରୀ ରଣବୀର କପୁରଙ୍କ ସହ ଏହି ଫିଲ୍ମରେ କାମ କରିବେ। ରଣବୀର ଏଥିରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ପାଇଁ ସାଇ ପଲ୍ଲବୀ ୧୦କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ପୂର୍ବରୁ ସେ କମ ପାରିଶ୍ରମିକ ନେଉଥିବା ବେଳେ ‌ଏହି ବଡ଼ ବଜେଟ ଫିଲ୍ମ ପାଇଁ ସେ ନିଜର ପାରିଶ୍ରମିକ ବଢ଼ାଇଥିବା ଜଣାପଡ଼ିଛି। ଫିଲ୍ମ ବିଷୟରେ କହିବାକୁ ଗଲେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଫିଲ୍ମ ଦଙ୍ଗଲର ନିର୍ଦ୍ଦେଶକ ନୀତେଶ ତିୱାରୀ। ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କୁ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, କେଜିଏଫ୍ ଷ୍ଟାର ୟଶଙ୍କୁ ରାବଣ ଭୂମିକାରେ ଓ  ସାଇ ପଲ୍ଲବୀଙ୍କୁ ମାତା ସୀତା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

Related posts

‘ବିଗ୍‌ବସ୍‌-୧୭’କୁ ହୋଷ୍ଟ୍‌ କରିବେ ୩ଭାଇ

mahabharatanews

ରିଲିଜ ହେଲା ରାଜ କୁନ୍ଦ୍ରାଙ୍କ ବାୟୋପିକର ଟ୍ରେଲର 

mahabharatanews

ପୁଷ୍ପା-୨ ସୁଟିଂ ସେଟରେ ପହଞ୍ଚିଲା ଲାଲ ଚନ୍ଦନ କାଠ

mahabharatanews