ଓଡିଶା

ସାଲେପୁରରେ ଲକଡାଉନ କଡାକଡି

(ତାରାକାନ୍ତ ନାୟକ/ସାଲେପୁର): ମହାମାରୀ କରୋନା ରାଜ୍ୟରେ ଉଗ୍ର ରୂପ ନେଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁରରେ ସଂକ୍ରମଣ ସବୁଠାରୁ ଅଧିକ ଦେଖାଦେବାରୁ ଏହାର ପ୍ରତିକାର ସ୍ୱରୁପ ରାଜ୍ୟ ସରକାର ଏହି ୪ ଜିଲ୍ଲାରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏଥିରେ ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ଅଞ୍ଚଳଗୁଡି ମଧ୍ୟ ସାମିଲ ରହିଛି । ତେବେ କଟକ ଜିଲ୍ଲା ସାଲେପୁରରେ ଏହି ଲକଡାଉନ କଟକଣା କଡାକଡି ହୋଇଥିବା ଦେଖାଯାଇଛି । ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ବାଦ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଛକମାନଙ୍କରେ ପୋଲିସ ପକ୍ଷରୁ ଚେକିଂ କଡାକଡି ହୋଇଛି ।

Related posts

ଦୁଇ ଦଶନ୍ଧିର ଶାସନ ପରେ ମୂଳ ପ୍ରସଙ୍ଗର ପୁନରାବୃତ୍ତି

mahabharatanews

ରାୟଗଡାର ୮.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା

mahabharatanews

ଖସୁଛି ପାରଦ 

mahabharatanews