(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତରେ ଥିବା ପ୍ରସିଦ୍ଧ ବିଶେଶ୍ୱର ମହାଦେବ ମନ୍ଦିରରେ ବନ୍ୟାଜଳ ପ୍ରବେଶ ଯୋଗୁଁ ମନ୍ଦିର ବେଢ଼ା ଜଳମଗ୍ନ ହୋଇଛି। ମନ୍ଦିର ଭିତରେ ପୂଜା ପାଉଥିବା ଲିଙ୍ଗ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ମନ୍ଦିରରେ ପୂଜା ପାଇଁ ନାନା ଅସୁବିଧା ହେଉଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିର ଜଲମଗ୍ନ ହୋଇଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହାଛଡା ମନ୍ଦିର ଚତୁଃପାର୍ଶ୍ୱରେ ଥିବା ନଦୀ ପଠା ପାଣିରେ ବୁଡି ରହିବା ଫଳରେ ଏଠାରେ ଲାଗିଥିବା ପନିପରିବା ସମ୍ପୂର୍ଣ ନଷ୍ଟ ହୋଇଯାଇଛି।
next post
