ଓଡିଶା

୮ଟି ରୁଟରେ ସବୁଦିନ ଗଡିବ ‘ମୋ ବସ’

(ମହାଭାରତ, ଭୁବନେଶ୍ୱର) : ଏଣିକି ସପ୍ତାହର ୭ ଦିନ ଯାକ ୮ଟି ରୁଟରେ ଚଳାଚଳ କରିବ ‘ମୋ ବସ’ । ଏନେଇ ସୂଚନା ଦେଇଛନ୍ତି କ୍ରୁଟ ତଥା ଓଏସଆରଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା । ରୁଟ୍ ନଂ- ୧୧,୧୬,୧୮,୨୦,୨୩,୨୪,୨୫ ଓ ୩୩ରେ ବସ ସବୁଦିନେ ଚାଲିବ । ତେବେ ଏଥିପାଇଁ କିଛି ନିୟମ କଡାକଡି ହୋଇଛି । ବସରେ ଯାତ୍ରା କରୁଥିବା ଯାତ୍ରୂୀ ଓ କର୍ମଚାରୀମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନଙ୍କୁ ବସରେ ଛିଡା ହୋଇ ଯିବାକୁ ମନା କରାଯାଇଛି । ଏଣିକି ଯାତ୍ରୀମାନେ ଟିକଟ ପାଇଁ ଡିଜିଟାଲ ପେମେଣ୍ଟ କରିବେ । ଅନ୍ୟପଟେ, ଆସନ୍ତାକାଲି ଠାରୁ ୨୪ଟି ରୁଟରେ ଓଏସଆରଟିସି ବସ ଚଳାଚଳ କରିବ ବୋଲି କ୍ରୁଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Related posts

ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ

mahabharatanews

ଯୁଗ ଯୁଗ ପାଇଁ ଅଦମ୍ୟ ସାହସ, ଓ ଅନନ୍ୟ ପରାକାଷ୍ଠାର ବାର୍ତ୍ତା ଦେଇ ଚାଲିବ ବିଜୁ ବାବୁଙ୍କ ଡାକୋଟା

mahabharatanews

୨୦ କୋଟି ଟଙ୍କାରେ ନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁ କରିବାକୁ ଦାବି

mahabharatanews