(ମୁମ୍ବାଇ) ; ଚୁମ୍ବନ ଦେଇ ଲଗାତାର ଚର୍ଚାରେ ବଲିଉଡର ଦବଙ୍ଗ ସଲମାନ ଖାନ । ତାଙ୍କ ଫିଲ୍ମ ଟାଇଗର-3 ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଅଭିନେତାଙ୍କ ଫିଲ୍ମ ପ୍ରଶଂସକଙ୍କ ଠାରୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ନିକଟରେ ସଲମାନ ଗୋଆରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ପହଞ୍ଚିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଛି ଲୋକ ଭାଇଜାନଙ୍କ ଏପରି ଅନ୍ଦାଜକୁ ପ୍ରଶଂସା କରୁଛନ୍ତି ସେହିପରି ଅଭିନେତାଙ୍କୁ ଏହି ଭାଇରାଲ ଭିଡିଓ ପାଇଁ କ୍ରମାଗତ ଭାବେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି ।
ସୂଚାନନୱାଜୟୀ , ସଲମାନ ଖାନ କଡ଼ା ସୁରକ୍ଷା ମଧ୍ୟରେ ପହଁଞ୍ଚିଥିଲେ ଯାହା ଅଭିନେତାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭିଡ ଏକତ୍ରିତ ହୋଇଥିଲା । ହେଲେ କ୍ୟାମେରା ଏପରି ଏକ ସିନକୁ ଫୋକସ କରିଥିଲା ଯାହା ପରବର୍ତ୍ତି ସମୟରେ ସୋସିଆଲ ମିଡିଆରେ କରିଥିଲା ରାଜ୍ । ସଲମାନ ଖାନ ସାମ୍ନାରେ ଥିବା ଭିଡ଼ ମଧ୍ୟକୁ ଯାଇ ଜଣେ ମହିଳାଙ୍କୁ ହଗ୍ କରିବା ସହ କିସ୍ ମଧ୍ୟ କରିଥିଲେ । କିଛି ଲୋକ ଅଭିନେତାଙ୍କ ଏହି କାର୍ଯ୍ୟକୁ ଭୁଲ ବୋଲି କହୁଥିବା ବେଳେ କିଛି ସଲମାନଙ୍କର କରୁଛନ୍ତି ପ୍ରଶଂସା । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଏହା ଏକ ନାଟକ ।