ଭାରତ

ଏଣିକି ୩୬ ଘଣ୍ଟା ମଧ୍ୟରେ ହଟିବ ‘ଡିପ୍‌ଫେକ୍‌’ କଣ୍ଟେଣ୍ଟ୍‌

(ଦିଲ୍ଲୀ) : ଦିନକୁ ଦିନ  ‘ଡିପ୍‌ଫେକ୍‌’ ଭିଡିଓ ପ୍ରସାରଣ  ସମସ୍ୟା ଘନେଇବାରେ ଲାଗିଛି । ତେବେ ଏହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚା ଜୋର ଧରିଛି ।  ସାମାଜିକ ଗଣମାଧ୍ୟମରେ ‘ଡିପ୍‌ଫେକ୍‌’ ଭିଡିଓ ପ୍ରସାରଣ ଯୋଗୁଁ ସର୍ବସାଧାରଣରେ ଆତଙ୍କ ଓ ଉଦ୍‌ବେଗ ଦେଖା ଦେଇଥିବା ବେଳେ  ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏଭଳି ‘କଣ୍ଟେଣ୍ଟ୍‌’ (ଡିପ୍‌ଫେକ୍‌ ଭିଡିଓ) ଯାଞ୍ଚ କରିବା ଲାଗି ଜଣେ ଅଫିସର୍‌ଙ୍କୁ ନିଯୁକ୍ତ କରାଯିବ।

ସୂଚନାନୁଯାୟୀ , ସେ କହିଛନ୍ତି, ‘ଡିପ୍‌ଫେକ୍‌ କଣ୍ଟେଣ୍ଟ୍‌’ ଉପରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଏହି ଅଫିସର୍‌ ନିଯୁକ୍ତ ହେବେ। ‘ଏମ୍‌ଇଆଇଟିୱାଇ’ ଓ ଭାରତ ସରକାର ଜଣେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ମନୋନୀତ କରି ନିଯୁକ୍ତି ଦେବେ। ସେ ଅଫିସର୍‌ ଏକ ପ୍ଲାଟ୍‌ଫର୍ମ ପ୍ରସ୍ତୁତି କରିବେ, ଯେଉଁଥିରେ ସାମାଜିକ ଗଣମାଧ୍ୟମ ସବୁ ଉଲ୍ଲଂଘନ କରୁଥିବା ଆଇନ ବିଷୟରେ ନାଗରିକମାନେ ସହଜରେ ଅଭିଯୋଗ କରି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ସେହି ସୂଚନା ଆଧାରରେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ‘ଆଇଟି ନିୟମ ୨୦୨୧’ ଅନୁସାରେ, ଅଭିଯୋଗ ହେବାର ୩୬ ଘଣ୍ଟା ମଧ୍ୟରେ ପ୍ଲାଟ୍‌ଫର୍ମରୁ ଏଭଳି ‘କଣ୍ଟେଣ୍ଟ୍‌’ ହଟାଇ ଦିଆଯିବା ଉଚିତ।

 

Related posts

କନଭଏ ଉପରେ ଆତଙ୍କବାଦୀ ଆକ୍ରମଣ:ଜଣେ ଯବାନ ସହିଦ

mahabharatanews

ବାୟୁସେନା ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ଦିଲୀପ ପଟ୍ଟନାୟକ

mahabharatanews

ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ଚିଠି ଜାରି କଲେ ପୂର୍ବତନ ବିଚାରପତି

mahabharatanews