ମନୋରଞ୍ଜନ

୧୦୦ କୋଟି କ୍ଲବରେ ସାମିଲ ହେଲା  ଫିଲ୍ମ ଟାଇଗର-୩’

(ମୁମ୍ବାଇ) : ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର-୩ ‘ ‘ଦର୍ଶକଙ୍କ ମନରେ ରାଜ କରୁଛି । ପ୍ରଶଂସକଙ୍କ ମଧ୍ୟରେ ସଲମାନଙ୍କୁ ନେଇ ବେଶ୍ ଅଧିକ କ୍ରେଜ୍ ଦେଖିବାକୁ ମିଳୁଛି । ସେହିପରି ଫିଲ୍ମର ରୋଜଗାର ମଧ୍ୟ ଖୁବ୍ ଭଲ୍ ରହିଛି । ପ୍ରତିଦିନ ଏହି ଚଳଚ୍ଚିତ୍ରର ଆୟ ରେକର୍ଡ ସୃଷ୍ଚି କରିବା ସହ ଅନେକ ରେକର୍ଡ ବ୍ରେକ୍ କରୁଛି । ଚଳିତ ବର୍ଷ ରିଲିଜ୍ ହୋଇଥିବା ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ର ପ୍ରଥମ ଦିନର ଆୟରୁ ଅଧିକ ବ୍ୟବସାୟ କରିଛି ସଲମାନ ଖାନଙ୍କ ଫିଲ୍ମ ଟାଇଗର-3’।

ସୂଚନାନୁଯାୟୀ ,  ଦବଙ୍ଗ ଖାନଙ୍କ ‘ଟାଇଗର ୩’ ଦୁଇ ଦିନରେ ୧୦୦ କୋଟି ଟଙ୍କା ରୋଜଗାର କରିଥିବା ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ହୋଇପାରିଛି। ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର 3’ ରିଲିଜ ଦିନ ଅର୍ଥାତ ରବିବାର ଦିନ ଘରୋଇ ବକ୍ସ ଅଫିସରେ ୪୩  କୋଟି ଟଙ୍କା ବ୍ୟବସାୟ କରିଥିଲା। ତେବେ ମୋଟ୍ ଦୁଇ ଦିନ ମଧ୍ୟରେ ଭାରତରେ ମୋଟ ୧୦୩ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି । ଚଳିତ ବର୍ଷ ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ ଏବଂ ‘ପଠାନ’ ମାତ୍ର ଦୁଇ ଦିନ ମଧ୍ୟରେ ୧୦୦  କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି କରିଛି ।

Related posts

ମା’ଙ୍କ ସହ ନଜର ଆସିଲେ ସଲମାନ

mahabharatanews

 ଆଉ ଏକ ବିଳାସପୂର୍ଣ୍ଣ କାର କିଣିଲେ ରଣବୀର 

mahabharatanews

ଋଷି ସୁନକଙ୍କ ସହ ଦିୱାଲୀ ପାଳିଲେ ବଲିଉଡ ଷ୍ଟାର

mahabharatanews