ଓଡିଶା

ସମ୍ବିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

(ପୁରୀ) : ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ୱାରସ୍ଥ ହୋଇଛି ବିଜେଡି । ଭୋଟ ପାଇଁ ପ୍ରଚାର ସମୟରେ କଫି ମଗ ବାଣ୍ଟୁଛନ୍ତି ସମ୍ବିତ ।

ଆଂଜ୍ଞା ହଁ କଫି ମଗରେ ରହିଛି ସମ୍ବିତଙ୍କ ଫଟୋ ଓ ବିଜେପି ଲୋଗୋ । ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଂଘନ। ପୂର୍ବରୁ ସେ ଲୋକଙ୍କୁ ଘଣ୍ଟ ବାଣ୍ଟିଥିବା ନେଇ ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲା ଦଳ । ୨୦୨୪ ନିର୍ବାଚନରେ ବିଜେପି ଓ ସମ୍ବିତ ପରାଜିତ ହେବାକୁ ଯାଉଥିବା ଜାଣି ଏପରି କରୁଛନ୍ତି । ଏହାକୁ ସମ୍ବିତଙ୍କ ଖର୍ଚ୍ଚରେ ସାମିଲ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡ଼ି ।

Related posts

ଦେଶରେ କରୋନା ଆକ୍ରାନ୍ତ ୨୪୫୦୬, ମୃତ ୭୭୫

mahabharatanews

୭୦ କୋଟି ବ୍ୟୟ ରେ ନିର୍ମାଣ ହେବ ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ

mahabharatanews

ପୁଣି ଚର୍ଚ୍ଚାରେ ପୋଲିସ ଏସ୍ ଆଇ ଶୁଭଶ୍ରୀ ନାୟକ

mahabharatanews