ଭାରତ

ଆଜି ଆପ ନେତା ସଞ୍ଜୟଙ୍କ ଜାମିନ ଆବେଦନ ଉପରେ ଶୁଣାଣି

(ଦିଲ୍ଲୀ) :  ଆଜି ଆପ ନେତା ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଉପରେ ଶୁଣାଣି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି । ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବାରୁ ସଞ୍ଜୟ ସିଂଙ୍କୁ ୨୦୨୩ ଅକ୍ଟୋବର ୪ରେ ଇଡି ଗିରଫ କରିଥିଲା।

ସୂଚନାନୁଯାୟୀ , ଜାନୁୟାରୀ ୩୧ରେ ବରିଷ୍ଠ ଓକିଲ ମୋହିତ ମଥୁର ସଞ୍ଜୟ ସିଂଙ୍କ ତରଫରୁ ମଦ ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହୋଇଥିବାବେଳେ ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଉପସ୍ଥାପନ କରିଥିଲେ। ଜାନୁଆରୀ ୩୧ରେ, କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ଏବଂ ଆଜି କୋର୍ଟ ଏହାର ରାୟ ପ୍ରଦାନ କରିବେ । ଜାନୁୟାରୀ ୩୧ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଶୁଣାଣିରେ ଯୁକ୍ତିତର୍କ ବେଳେ ଇଡି ସଞ୍ଜୟ ସିଂଙ୍କ ଜାମିନକୁ ବିରୋଧ କରି କହିଥିଲେ ଯେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏହି ଅପରାଧରୁ ମିଳିଥିବା କଳା ଟଙ୍କାକୁ ଲୁଟିବା ପାଇଁ ଏକ କମ୍ପାନୀ ଗଠନ କରିଛନ୍ତି ।

Related posts

ଆସନ୍ତାକାଲି ନେଟଫ୍ଲିକ୍ସରେ ଷ୍ଟ୍ରିମିଂହେବ ‘ଓଏମ୍‌ଜି-୨’

mahabharatanews

ଚନ୍ଦ୍ରକୁ ଆଉ ମାତ୍ର ୧୫୭ କିମି

mahabharatanews

“କେଜ୍ରିୱାଲଙ୍କୁ ଏକ ବଡ଼ ଷଡଯନ୍ତ୍ର କରି ଗିରଫ କରାଯାଇଛି”: ସାଂସଦ ସଞ୍ଜୟ ସିଂହ

mahabharatanews