ଓଡିଶା

ଜେଲ ଗଲେ ସଂଯୁକ୍ତା ମହଲ

(ଭୁବନେଶ୍ୱର) : ଜେଲ ଗଲେ ସଂଯୁକ୍ତା ମହଲ ।  ଏତଲା ପରେ ଗିରଫ ହୋଇ ଜେଲ ଗଲେ ସଂଯୁକ୍ତା ମହଲ । ଗତକାଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ହାତୀଓଟ ଗାଁ ସ୍ଥିତ ଘରକୁ ଜୋରଜବରଦସ୍ତ ପଶିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ ସଂଯୁକ୍ତା । ଏହାକୁ ନେଇ ସେଠାରେ ଅଶାନ୍ତ ବାତାବରଣ ଦେଖାଦେଇଥିଲା ।

ସୂଚନାନୁଯାୟୀ , ଏହି ଘଟଣାକୁ ନେଇ ବିଧାୟକଙ୍କ ପତ୍ନୀ ଗୋଲାପ ସାହୁଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ସଂଯୁକ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।  ଗିରଫ ପରେ ତାଙ୍କୁ ପୋଲସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ କୋଦଳା ଜେଲ ହାଜତକୁ ପଠାଇଛନ୍ତି ।

Related posts

୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା

mahabharatanews

ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା

mahabharatanews

ଓଡ଼ିଶାରେ ଘନ କୁହୁଡ଼ି 

mahabharatanews