(ମୁମ୍ବାଇ) : ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଠାରୁ ଦର୍ଶକ ବହୁତ ଆଶା ରଖିଥିବା ବେଳେ ରିଲିଜ୍ ପରେ ଫିଲ୍ମଟି ଦର୍ଶକଙ୍କ ମନ ମୋହୁଛି ।
ତଥ୍ୟାନୁଯାୟୀ , ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଫିଲ୍ମରେ ଏକ ସ୍ବତନ୍ତ୍ର ବାର୍ତ୍ତା ଦିଆଯାଇଛି, ଯାହା ପାଇଁ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ‘ଭୁଲ ଭୁଲୈଆ ୨’ପରେ ଦର୍ଶକମାନେ ପୁଣି ଥରେ କିଆରା-କାର୍ତ୍ତିକଙ୍କ ଯୋଡି ଦେଖିବାକୁ ପାଇଛନ୍ତି। ଏହି ଦୁଇଜଣ ପୁଣିଥରେ ବଡ ପରଦାରେ ଯାଦୁ ସୃଷ୍ଟି କରିଛନ୍ତି। ଫିଲ୍ମ ‘ସତ୍ୟପ୍ରେମ କି କଥା’କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ଲୋକମାନେ ଫିଲ୍ମ ଦେଖିବା ସହିତ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।
