ଭାରତ

ଉତ୍ତରାଖଣ୍ଡରେ ଭୂସ୍ଖଳନ; ବଦ୍ରିନାଥକୁ   ଯୋଗାଯୋଗ ବିଚ୍ଛିନ୍ନ

(ଉତ୍ତରାଖଣ୍ଡ) :  ଦେଶର ଅନେକ ରାଜ୍ୟରେ ମୌସୁମୀ ପହଞ୍ଚିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଦେବଭୂମି ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଏଣୁ ପର୍ଯ୍ୟଟକମାନଙ୍କ ପାଇଁ ସତର୍କତା ଜାରି କରାଯାଇଛି । ଚମୋଲି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆରମ୍ଭ ହୋଇଛି।

ସୂଚନାନୁଯାୟୀ , ଗୁରୁବାର ପ୍ରବଳ ବର୍ଷାରେ ଚମୋଲି ଦେଇ ଯାଇଥିବା ଏକ ପ୍ରମୁଖ ରାଜପଥର ଏକ ଅଂଶ ଭାସି ଯିବାରୁ ପର୍ଯ୍ୟଟକମାନେ ଫସି ରହିଛନ୍ତି । ସେହିପରି ବଦ୍ରିନାଥକୁ ଯାଉଥିବା ୭ ନମ୍ବର ଜାତୀୟ ରାଜପଥର ଏକ ଅଂଶ ପାଣିରେ ଭାସିଯାଇଛି। ଫଳରେ ବଦ୍ରିନାଥକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

Related posts

ସେନା ଗୁଳିରେ ୨ ଆତଙ୍କବାଦୀ

mahabharatanews

ବଢୁଛି ଦିଲ୍ଲୀରେ ପ୍ରଦୂଷଣ ହାର

mahabharatanews

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews