ଭାରତ

ସଞ୍ଜୟ ସିଂକୁ ବଡ଼ ଝଟକା

(ଦିଲ୍ଲୀ) :ମଦ ନୀତି ଦୁର୍ନିତ ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ଜାମିନରେ ଆସିିଥିବା ସାଂସଦ ସଞ୍ଜୟ ସିଂଙ୍କୁ ସୋମବାର (ଏପ୍ରିଲ ୮) ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟକା ଲାଗିଛି । ଗୁଜୁରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ ସଞ୍ଜୟ ସିଂଙ୍କ ଆବେଦନକୁ ସୁପ୍ରିମକୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇଛି ।

ସୂଚନାନୁଯାୟୀ , ନିମ୍ନ ଅଦାଲତରେ ଚାଲିଥିବା ମାମଲା ବାତିଲ କରିବାକୁ ସଞ୍ଜୟ ସିଂ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ ସଞ୍ଜୟ ବିଶ୍ୱବିଦ୍ୟାଳୟ ଉପରେ ମନ୍ତବ୍ୟ ଦେଇଥିଲେ । ଏଥି ସହିତ ଗୁଜୁରାଟ ହାଇକୋର୍ଟ ସଞ୍ଜୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ସମନକୁ ବାତିଲ କରିବାକୁ ମନା କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ ଗୁଜୁରାଟ ବିଶ୍ୱବିଦ୍ୟାଳୟକୁ ନେଇ ସଞ୍ଜୟ ସିଂ ଏବଂ କେଜ୍ରିୱାଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି କାରଣରୁ ବିଶ୍ୱବିଦ୍ୟାଳୟ ତାଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲା ।

Related posts

ମଣିପୁରରେ ୨୧ ଜଣିଆ ବିରୋଧୀ ପ୍ରତିନିଧି ଦଳ

mahabharatanews

‘ତାରେକ ମେହେତା କା ଉଲଟା ଚଷମା’ ର ପ୍ରଯୋଜକଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews

ରିଫାଇନେରିରେ ବଡ଼ ଧରଣର ଅଗ୍ନିକାଣ୍ଡ 

mahabharatanews