ଅପରାଧଓଡିଶା

ହୋଟେଲ ‘ ନିମନ୍ତ୍ରଣ’ରେ ଟଙ୍କା ଘୋଟାଲା

ଭୁବନେଶ୍ୱର: ହୋଟେଲ ‘ ନିମନ୍ତ୍ରଣ’ରେ ଟଙ୍କା ଘୋଟାଲା । ବନ୍ଧାହେଲେ ମ୍ୟାନେଜର ଓ ଆକାଉଣ୍ଟାଣ୍ଟ । ଭୁବନେଶ୍ୱର ଓଟିଡିସି ପକ୍ଷରୁ ଖୋଲାଯାଇଥିବା ‘ ନିମନ୍ତ୍ରଣ ’ ହୋଟେଲରେ ଘୋଟାଲା । ଦୁଇ କର୍ମଚାରୀ ହେଲେ ଆକାଉଣ୍ଟାଣ୍ଡ ସୁନୀଲ କୁମାର ଘଡ଼େଇ ଓ ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ।ଉଭୟଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ ୬ ମାସରେ ୧୭ଲକ୍ଷ ୫୦ହଜାର ଟଙ୍କାର ଘୋଟାଲା ହୋଇଛି । ଅଡିଟ ବେଳେ ଜଣା ପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ସରକାରୀ ଅର୍ଥ ଆତ୍ମସାତ କରିଥିବାରୁ ସ୍ୱତନ୍ତ୍ର ଆଇନ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ । ତେବେ ଏମାନଙ୍କ ସହ ଏହି କାର୍ଯ୍ୟରେ ଆଉ କେହି ସାମିଲ ଥିଲେ ନା କେବଳ ଦୁଇଜଣ ଅର୍ଥ ହଡପ କରିଛନ୍ତି ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

Related posts

କରୋନା ପାଇଁ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ

mahabharatanews

ଆସନ୍ତା ୩ଦିନ ଅସମ୍ଭାଳ ଗୁଳୁଗୁଳି ସହ ଖରା 

mahabharatanews

‘ଶିକ୍ଷାସାଥି ଆପ୍’ ପ୍ରସ୍ତୁତ କରୁଛନ୍ତି କୋରାପୁଟ ଶିକ୍ଷକ

mahabharatanews