ଓଡିଶା

‘ଶିକ୍ଷାସାଥି ଆପ୍’ ପ୍ରସ୍ତୁତ କରୁଛନ୍ତି କୋରାପୁଟ ଶିକ୍ଷକ

କୋରାପୁଟ: ଜିଲ୍ଲାର କିଛି ସ୍ୱତନ୍ତ୍ର ଶିକ୍ଷକଙ୍କ ଦ୍ୱାରା ·ଲିଛି ଏକ ନିଆରା ସାଧନା । ସାମୂହିକ ଭାବେ ଏକାଠି ବସି ସେମାନେ ପ୍ରସ୍ତୁତ କରୁଛନ୍ତି ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବ୍ୟବହାର ହେବା ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ‘ଶିକ୍ଷାସାଥି ଆପ୍’ । ଜିଲ୍ଲାର କିଛି ସ୍ୱତନ୍ତ୍ର ଶିକ୍ଷକଙ୍କ ଦ୍ୱାରା ·ଲିଛି ଏକ ନିଆରା ସାଧନା । ସାମୂହିକ ଭାବେ ଏକାଠି ବସି ସେମାନେ ପ୍ରସ୍ତୁତ କରୁଛନ୍ତି ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବ୍ୟବହାର ହେବା ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ‘ଶିକ୍ଷାସାଥି ଆପ୍’ । ଏହି ଆପର ବିଷୟ ବସ୍ତୁ ପିଲାଙ୍କ ଶିକ୍ଷାଗ୍ରହଣ ସ୍ତରକୁ ଜାଣିବା । ଏଥିସହ ବିଭିନ୍ନ ତଥ୍ୟ ଓ ପ୍ରଶ୍ନ ରହିଛି । ଶିକ୍ଷକ ଏହି ତଥ୍ୟ ଓ ପ୍ରଶ୍ନକୁ ବ୍ୟବହାର କରି ପିଲାଙ୍କ ଶିକ୍ଷଣସ୍ତରକୁ ମାପିବାରେ ସହାୟକ ହେବ ବୋଲି ରାଜ୍ୟର ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ·ଲିଥିବା ଏହି କାର୍ଯ୍ୟକ୍ରମର ସଂଯୋଜକ କାଳୁ ଚରଣ ଛୋଟରାଏ ଜଣାଇଛନ୍ତି । କୋରାପୁଟର ଏହି ଆପଟି ଉଭୟ ଅନଲାଇନ ଓ ଅଫଲାଇନରେ କାର୍ଯ୍ୟ କରୁଥିବା ଯୋଗୁଁ ଅପହଞ୍ଚ ଅଞ୍ଚଳରେ କାର୍ଯ୍ୟ କରୁଥିବା ଶିକ୍ଷକ ମଧ୍ୟ ଏହି ଆପକୁ ଥରେ ଡାଉନଲୋଡ କରିଦେଇ ଲାଭ ଉଠାଇପାରିବେ ବୋଲି ବିଶିଷ୍ଟ ସାଧନ କର୍ମୀ ଶିବ ଶଙ୍କର ପଟ୍ଟନାୟକ ମତ ରଖିଛନ୍ତି । କୋରାପୁଟର ଶିକ୍ଷକ ଅନେକବାର ରାଜ୍ୟ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରିଛନ୍ତି ଏବଂ ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ଏହି ଆପ୍କୁ ମଧ୍ୟ ସର୍ବୋତ୍ତମ ରୂପ ପ୍ରଦାନ କରିବେ ବୋଲି ଦୃଢ ବିଶ୍ୱାସ ରହିଥିବା କହିଛନ୍ତି ଶିକ୍ଷାବିତ୍ ଯୁଗଳ କିଶୋର ମିଶ୍ର ।

Related posts

ଭାରତୀୟ ନୌସେନାରେ ସାମିଲ ହେବ INS ଅରିଦମନ

mahabharatanews

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଗିରଫ

mahabharatanews

ପାରା ମେଡିକାଲ ସ୍ୱାସ୍ଥ୍ୟ କର୍ମୀଙ୍କ ଦୁଇ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

mahabharatanews