Uncategorizedଶିକ୍ଷା

ଏଣିକି ବହି ବସ୍ତାନୀ ବୋଝ କମିବ

ନୂଆଦିଲ୍ଲୀ: ଏଣିକି ବହି ବସ୍ତାନୀ ବୋଝ କମିବ। ବସ୍ତାନୀ ଓଜନ ପିଲାଙ୍କ ଓଜନର ୧୦ ପ୍ରତିଶତ ହେବ ଏଣିକି । ଏନେଇ କେନ୍ଦ୍ର ପକ୍ଷରୁ ଏକ ପତ୍ର ସମସ୍ତ ରାଜ୍ୟ ସରକାରକୁ ହୋଇଛି । ଏହାଠୁ ଅଧିକ ଓଜନ ନେଇ ପିଲା ସ୍କୁଲ ଗଲେ ସ୍କୁଲ ପକ୍ଷରୁ ଅଭିଭାବକଙ୍କୁ ଅବଗତ କରାଯିବ । ଜଣେ ଛାତ୍ରର ଓଜନ ୩୦ କିଲୋ ହୋଇଥିଲେ ତାର ବସ୍ତାନୀ ୩ କିଲୋ ହେବ । ୨୦୨୧-୨୨ ଶିକ୍ଷା ବର୍ଷରୁ ସମସ୍ତ ରାଜ୍ୟରେ ଏହି ନିୟମ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗତ ନଭେମ୍ବର ୨୪ରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି କରିଥିବା ବେଳେ ଆଗାମୀ ଶିକ୍ଷା ବର୍ଷରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବସ୍ତାନୀର ନିୟମିତ ଯାଞ୍ଚ କରିବେ ସ୍କୁଲ କର୍ତ୍ତୃପକ୍ଷ । ମାସରେ ଗୋଟିଏ ଦିନ ଛାତ୍ରଛାତ୍ରୀଙ୍କ ବସ୍ତାନୀ ଓଜନ ସ୍କୁଲ ପକ୍ଷରୁ ଯାଞ୍ଚ ହେବ। ଦ୍ୱିତୀୟ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କୁ ହୋମୱାର୍କ ଦିଆଯିବନି। ଏହା ବ୍ୟତୀତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ ବୁକ୍ ବ୍ୟବହାର କରିବେ। ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀ ୨ଟି ନୋଟ୍‌ ବୁକ୍ ବ୍ୟବହାର କରିବେ। ଗୋଟିଏ ନୋଟ୍ ବୁକ୍ ସ୍କୁଲରେ ରହିବ। ଆଉ ଗୋଟିଏ ପିଲାଙ୍କ ବହି ବସ୍ତାନୀରେ ରହିବ। ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ୨ ଘଣ୍ଟାର ହୋମ୍‌ ୱାର୍କ ଦିଆଯିବ।

SR

Related posts

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ହସ୍ପିଟାଲରେ ଚିକିତ୍ସିତ

mahabharatanews

ଜର୍ମାନରୁ ଉଠିବ ଲକଡାଉନ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜନସମାବେଶ ଉପରେ ପ୍ରତିବନ୍ଧକ

mahabharatanews

ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ କ୍ୟାଟଙ୍କ ଫିଟର ଫଣ୍ଡା

mahabharatanews