ଭୁବନେଶ୍ୱର: ଅଭିଭାବକ ସଂଘର ଜିଦ ଆଗରେ ମୁଣ୍ଡ ନୁଆଁଇଲେ ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍କୁଲ ଫି କମ କରିବାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ। ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି ଛାଡ଼ କରିବେ। ୭ଟି ପର୍ୟ୍ୟାୟରେ ସ୍କୁଲ ଫି କୋହଳ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି।
ବାର୍ଷିକ ୬ ହଜାରରୁ ଅଧିକ ୧୨ ହଜାରରୁ କମ୍ ଫି ଆଦାୟ ହେଉଥିଲେ ୭.୫% ଛାଡ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ୧୨ ହଜାରରୁ ଊର୍ଦ୍ଧ୍ୱ ୨୪ ହଜାରରୁ କମ୍ ଥିଲେ ୧୨% ଛାଡ଼ ହେବ । ୨୪ ହଜାରରୁ ଊର୍ଦ୍ଧ୍ୱ ୪୮ ହଜାରରୁ କମ୍ ଫି ଥିଲେ ୧୫% ଛାଡ଼ ହେବ । ୪୮ ହଜାରରୁ ଅଧିକ ୭୨ ହଜାରରୁ କମ୍ ଥିଲେ ୨୦% ଛାଡ଼ ହେବ। ୭୨ ହଜାରରୁ ଊର୍ଦ୍ଧ୍ୱ ଏକଲକ୍ଷରୁ କମ୍ ଥିଲେ ୨୫% ଛାଡ଼ ହେବ। ବାର୍ଷିକ ସ୍କୁଲ ଫି ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬% ଛାଡ଼ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ।
ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ। ହଷ୍ଟେଲ ଫି’ ୩୦% ଛାଡ଼ ହେବ। ସ୍କୁଲ ନ ଖୋଲିବା ପର୍ୟ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନ କରିବାକୁ କୁହାଯାଇଛି। ସ୍କୁଲ ନ ଖୋଲିବା ପର୍ୟ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫଇ, ଏକ୍ସଟର୍ନାଲ ଏକଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫିସ, ରିଆଡମିସନ ଫି, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦି ଆଦାୟ ନ କରିବାକୁ କୁହାଯାଇଛି।