ଓଡିଶା

ଜୟପୁରରେ ୧୪୪ ଧାରା ଜାରି

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡ ଅଞ୍ଚଳରେ ୧୪୪ ଧାରା । ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ବୁଧବାର ଶୋଭାଯାତ୍ରା ବେଳେ ପଥରମାଡ଼ ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲା ଜୟପୁର ଉପରେ ପଡ଼ିଛି। ଜୟପୁରରେ ମଧ୍ୟ ସ୍ଥାନୀୟ ପ୍ରଶାସନ ୧୪୪ ଧାରା ଜାରି କରିଛି।

ଜୟପୁର ଉପଖଣ୍ଡ ଅଞ୍ଚଳରେ ଆଜିଠାରୁ ଏପ୍ରିଲ ୨୦ ତାରିଖ ଯାଏ ପ୍ରତିଦିନ ଅପରାହ୍‌ଣ ୩ଟାରୁ ସକାଳ ୯ଟା ଯାଏଁ ଏହି କଟକଣା ଜାରି ରହିବ। ଜୟପୁରବାସୀ ଏହି ସମୟ ମଧ୍ୟରେ ଦୈନିକ ୧୮ ଘଣ୍ଟା କଟକଣା ମଧ୍ୟରେ ରହିବେ। କଟକଣା ସମୟରେ ଗୋଟିଏ ସ୍ଥାନରେ ଦୁଇରୁ ଅଧିକ ଲୋକ ଏକତ୍ର ହେବାକୁ ବାରଣ କରାଯାଇଛି। ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ଏହି ଆଦେଶନାମା ଗୁରୁବାର ଜାରି କରିଛନ୍ତି।

Related posts

ଭୁବନେଶ୍ୱର ଏମ୍ସର ଛାତ୍ରୀ ସର୍ବଭାରତୀୟ ମେଡିକାଲ ସ୍ନାତକୋତ୍ତର ଏଣ୍ଟ୍ରାନ୍ସରେ  ଟପର 

mahabharatanews

ଆଇସୋଲେସନ୍ ସେଣ୍ଟରରେ ଗଞ୍ଜାମ ଜିଲ୍ଲାପାଳ

mahabharatanews

ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

mahabharatanews