ବାଲିଗୁଡା /ବନବାସୀ ପ୍ରଧାନ : ନିଆଁ ଲାଗି ଜଳି ପୋଡି ପାଉଁସ ହୋଇଗଲା ସମ୍ପତି ।ଏପରି ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋଟଗଡ ତହସିଲ ଅନ୍ତର୍ଗତ ଶ୍ରାଲିଗୁଡା ରେ । ଘରେ ନିଆଁ ଲାଗି ପୋଡି ଜଳି ଛାର ଖାର ହୋଇଗଲା ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ, ସୁନା ଗହଣା, ସାର୍ଟିଫିକେଟ । ସ୍ଥାନି ଲୋକେ ଓ ଅଗ୍ନିସମ ବାହିନି ନିଆଁକୁ ଆୟତ କରିଥିଲେ ହେଁ ସେତବେଳକୁ ସବୁ କିଛି ପାଉଁସ ହୋଇ ସାରିଥିଲା । ଏବେସୁଦ୍ଧା ନିଅାଁ ଲିଗିବାର କାରଣ ଅସ୍ପଷ୍ଠ ରହିଛି । ଘର ର ମୁରବି ରବୀନ୍ଦ୍ର ମାରିଙ୍ଗମାଝୀଙ୍କ କହିବାନୁଯାଇ ଗତକାଲି ରାତି ପ୍ରାୟ ୯ଘଟା ସମୟ ରେ ଶ୍ରାଲିଗୁଡା ରେ ଠାକୁରାଣୀ ଯାତ୍ରା ଚାଲିଥିଲା ଓ ପରିବାର ଲୋକେ ନିକଟସ୍ଥ ଯାତ୍ରା ସ୍ଥାନ ରେ ଭୋଜିଭାତରେ ମସଗୁଲ ଥିଲେ, ସେହି ସମୟ ରେ ଘର ଭିତର ପଟୁ ନିଆଁ ଲାଗିବା ନେଇ କେହି ଗ୍ରାମବାସୀ ଜଣାଇଥିଲେ ଓ ସଙ୍ଗେ ସାଙ୍ଗେ ରବୀନ୍ଦ୍ର ଓ ଅନ୍ୟାନ୍ୟ ଗ୍ରାମବାସୀ ପହଂଚିଲା ବେଳକୁ ହୁତୁ ହୁତୁ ହୋଇ ନିଆଁ ଜଳୁଛି ଜ୍ଝନିଆଁକୁ ଆୟତ୍ତ କରୁ କରୁ ମଧ୍ୟ ଘରରେ ଥିବା ସୁନା, ଧାନ, ଚାଉଳ, ଏପରିକି ଲକ୍ଷାଧିକ ଟଙ୍କା ସବୁ ପୋଡି ଛାରଖାର ହୋଇ ନଷ୍ଟ ହୋଇଯାଉଛି ।।ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ସମ୍ପୂର୍ଣ ନିଆଁ କୁ ଆୟତ୍ତ କରିଥିଲେ ହେଁ କୌଣସି ଗୋଟିଏ ବି ଜିନିଷପତ୍ର ଉଦ୍ଧାର ହୋଇପାରି ନ ଥିବା ଜଣାଇଛନ୍ତି ପରିବାର ଜ୍ଝହେଲେ ଦୁଃଖଦ ଘଟଣା ନିଆଁଲାଗି ସଂମ୍ପୁର୍ଣ୍ଣ ଖାଦ୍ୟ ପଦାର୍ଥ, ଟଙ୍କା, ସୁନା ପୋଡି ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଧା ଦୁଃଖ ବୁଝିବାକୁ ପାଖରେ ପହଁଚିନାହିଁ ପ୍ରଶାସନ ଯାହାଫଳରେ କି ଛଅଜଣ କୁଟୁମ୍ବ ଏବେ ସରକାରୀ ସାହାଯ୍ୟ କୁ ଅନାଇ ବସିଛନ୍ତି ଜ୍ଝଅନ୍ୟ ପଟେ କିଛି ସ୍ଥାନୀୟ ଜନ ପ୍ରତିନିଧି ଘଟଣା ସ୍ଥଳରେ ପହଂଚି ସାନ୍ତନା ଦେବାସହିତ ସହାୟତାର ହାତ ବଢେଇଥିବା ଦେଖିବାକୁ ମିଳିଛି ।
previous post
