ଓଡିଶା

ଜମି ବିକ୍ରି କରି ଜଗାକୁ ୨୦ ଲକ୍ଷଟଙ୍କା ଦାନ

(ଅଜିତ କୁମାର ସାହୁ/ଜଳେଶ୍ଵର): ଠାକୁରଙ୍କ ସମ୍ପତି ହେଉ କିମ୍ବା ସରକାରଙ୍କ ସମ୍ପତି ଦଖଲ କରିବା କିମ୍ବା ଚଞ୍ଚକତା କରି ହଡ଼ପ କରି ଭୋଗ ଦଖଲ କରିବା ନିଶ୍ଚିତ ଶୁଣିଥିବେ। ତେବେ ଜମି ବିକ୍ରି କରି ଜଗନ୍ନାଥ ଉଦ୍ଦେଶ୍ୟରେ ୨୦ଲକ୍ଷ ଟଙ୍କା ଦାନ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ୭୦ ବର୍ଷୀୟା ମହିଳା। ଏଭଳି ଚର୍ଚ୍ଚିତ ଭଲ ଖବର ଦେଖିବାକୁ ମିଳିଛି, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସଦାନନ୍ଦପୁର ଗ୍ରାମରେ। ସୁପ୍ରଭା ପଣ୍ଡା ଜମି ବିକ୍ରି କରି ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ। ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

ସ୍ୱାମୀଙ୍କ ଇଚ୍ଛା ପୂରଣ କରିବାକୁ ସେ କଟକରେ ଥିବା ଏକ ଜମିକୁ ବିକ୍ରି କରି ମହାପ୍ରଭୁଙ୍କୁ ଦାନ କରିଛନ୍ତି । ପୂର୍ବରୁ ବସ୍ତା ସମ୍ବୁନାଥ ଉଚ୍ଚ ବିଦ୍ୟାଳୟକୁ ୧୫ ଲକ୍ଷ ଟଙ୍କା ଦାନ କରି ବେସ ଚର୍ଚ୍ଚାରେ ରହିଥିଲେ। ସ୍ୱାମୀ ପଙ୍କଜକାନ୍ତ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ସେ କମର୍ସିଆଲ ସେଲ ଟ୍ୟାକ୍ସ ଅଫିସର ଭାବେ କାମ କରୁଥିବା ବେଳେ, ୨୦୨୧ରେ ଚାରିକିରୁ ଅବସର ନେଇଥିଲେ । ତାଙ୍କର କେହି ପିଲାପିଲି ନଥିବାରୁ ମହାପ୍ରଭୁଙ୍କୁ ଦାନ କରିବାକୁ ଇଚ୍ଛା କରିଥିଲେ । ହେଲେ କର୍କଟ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କର ଏହି ଇଚ୍ଛାଟିକୁ ପୂରଣ କରିବା ପାଇଁ ପତ୍ନୀଙ୍କୁ ବାରମ୍ବାର କହିଆସୁଥିଲେ।

ଭୁବନେଶ୍ୱରକୁ ଚିକିତ୍ସା ହେବାକୁ ଆସିଥିବାବେଳେ, ଶେଷଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିଥିଲେ ମାତ୍ର ଦାନ କରିବାର ଇଚ୍ଛା ପୂରଣ ହୋଇପାରିନଥିଲା । କୋଭିଡ କଟକଣା କାରଣରୁ ଏହି ଇଚ୍ଛା ପୂରଣ କରିବାରେ ବିଳମ୍ବ ହୋଇଛି । କିନ୍ତୁ ଶେଷରେ ତାଙ୍କ ପୁତୁରା ଚିନ୍ମୟ କୁମାର ସତପଥି ଓ ନିକଟ ସମ୍ପର୍କୀୟ ଙ୍କ ସହିତ ମିଶି ପୂରୀ ଯାଇ ବିଦ୍ଧିବଦ୍ଦ,ଭାବେ ଜଗତର ନାଥ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ୨୦ଲକ୍ଷ ଟଙ୍କା ଦାନ କରି ଖୁବ ଆତ୍ମସନ୍ତୋଷ ଲାଭ କରିଛନ୍ତି ଶ୍ରୀମତୀ ପଣ୍ଡା ।

Related posts

ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ହେବ ଆଉ ଦେଢ ମାସ

mahabharatanews

 ଆଜି ପବିତ୍ର ଉତ୍କଳ ଦିବସ 

mahabharatanews

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରୁ ସଂଖ୍ୟା ୨୬୩କୁ ବୃଦ୍ଧି

mahabharatanews