ଓଡିଶା

ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଲଣ୍ଡା ପାହାଡ଼ !

ସାଲେପୁର ଜ୍ୟୋସ୍ନା ରାଣୀ ସିଂହ: ସର୍ବ ପୁରାତନ ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଲଣ୍ଡା ପାହାଡ଼ ! ସବୁଜିମା ଘେରରେ ରହିଛି ଏହି ଲଣ୍ଡା ପାହାଡ଼ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପାହାଡ଼ଟି ପର୍ଯ୍ୟଟକଙ୍କ ପାଇଁ ବେଶ ଆନନ୍ଦର କୋରାଖଇ ଯୋଗାଇଥାଏ। ଏହା ଛଡା ଭଗବାନ ବୁଦ୍ଧ ଦେବଙ୍କ ଦୁର୍ଲଭ ଅସ୍ତୀ ଆଉ ଦାନ୍ତ ସହ ବହୁ ପ୍ରାଚୀନ କାଳରୁ ପଥରରେ ଖୋଦେଇ ହୋଇ ରହିଥିବା କଳାକୃତି  ପର୍ଯ୍ୟଟକଙ୍କ ହୃଦୟକୁ ବେଶ ମନମୁଗ୍ଧ କରିଥାଏ ।  ତେବେ ବଡ଼ କଥା ହେଲା ଏଠାରେ ଅନଲାଇନ ଟିକଟ ବନ୍ଦ କରାଯାଇ ଅଫ୍ଲାଇନ ଟିକେଟ କରାଯାଉ ଏବଂ ପିଇବା ପାଣି ସହ ରକ୍ଷଣାବେକ୍ଷଣ ଉପରେ ପ୍ରତ୍ନତାତ୍ତ୍ୱିକ ବିଭାଗ ଦୃଷ୍ଟିଦେବାକୁ ପର୍ଯ୍ୟଟକ ମାନେ ଦାବି କରିଛନ୍ତି ଅଂଚଳବାସୀ ବାସିନ୍ଦା।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତରେ ଥିବା ସର୍ବ ପ୍ରାଚୀନ ଲଣ୍ଡା ପାହାଡ଼ରେ ଉତ୍କଳ ବିଶ୍ୱବିଦ୍ୟାଳୟ ତତ୍କାଳୀନ ପ୍ରଫେସର କରୁଣା ସାଗର ବେହେରା ଏବଂ କଲିକତାର ଶାନ୍ତି ନିକେତନ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ୧୯୭୫ ମସିହା ଠାରୁ ୧୯୭୬ ପର୍ଯ୍ୟନ୍ତ ଖନନ ଚାଲିଥିଲା ମାତ୍ର  ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ପକ୍ଷରୁ  ୧୯୭୭ ମସିହାରେ ଖନନ ବେଳେ ଭଗବାନ ବୁଦ୍ଧ ଦେବ ଙ୍କ ଅସ୍ତୀ, ଦନ୍ତ, ଚୈତ୍ୟ ଗୃହ, ମୋନାଷ୍ଟିକ, ଓ ପ୍ରାଚୀନ ପ୍ରସ୍ତରରେ ନିର୍ମିତ ବହୁ କଳାକୃତି ବାହାରିଥିଲା  ଆଜି ଯେଉଁଠି ଭଗବାନ ବୁଦ୍ଧ ଙ୍କ ଅସ୍ଥି ଖଣ୍ଡ ଯେଉଁଠି ଶୋଭାପାଏ ତାହା ହେଉଛି, ବିଶ୍ଵ ପ୍ରସିଦ୍ଧ ବୌଦ୍ଧବିହାର। ପୃଥôବୀର ବିଭିନ୍ନ କୋଣ ଅନୁକୋଣରୁ ଭଗବାନ ବୁଦ୍ଧ ଦେବ ଙ୍କ  ସହ ବହୁ ପ୍ରାଚୀନ ପ୍ରସ୍ତରରେ ନିର୍ମିତ କଳାକୃତି ଦେଖିବା ପାଇଁ  ଦେଶ ବିଦେଶରୁ ବହୁ ବୌଦ୍ଧ ଧର୍ମାବଲମ୍ବୀ ଏବଂ ପର୍ଯ୍ୟଟକମାନେ ଆସନ୍ତି ଏହି ପୀଠକୁ।

୨୦୧୮ ମସିହାରେ ପ୍ରଧାନ ମନ୍ତ୍ରୀ ଅନଲାଇନ ମାଧ୍ୟମରେ ବୁଦ୍ଧ ଦେବଙ୍କ ଅସ୍ତି ଓ ଦନ୍ତ ରଖିବା ପାଇଁ ଏକ ସଂଗ୍ରହାଳୟ କୁ ଉଦ୍ଘାଟନ କରିଥିଲେ । ଆଉ ଏହି ସଂଗ୍ରହାଳୟରେ ବୁଲେଟ ପ୍ରୁଫ୍ କାଚ ଘରେ ରଖାଯାଇଛି ଭଗବାନ ବୁଦ୍ଧ ଦେବ ଙ୍କ ଦନ୍ତ ଓ ଅସ୍ତୀ ।ଏହାକୁ ସୁରକ୍ଷା ଦେବାକୁ ଭାରତୀୟ ପ୍ରତ୍ନ ତାତ୍ୱିକ ବିଭାଗ ପକ୍ଷରୁ CCTV କ୍ୟାମେରା ସହ ସିକୁରିଟୀ ବ୍ୟବସ୍ଥା କଡାକଡି କରାଯାଇଛି ।ଲଣ୍ଡା ପାହାଡ଼ ଚାରି ପାର୍ଶ୍ଵ ପଥର ରେ ପାଚେରୀ ସହ ତାର ବାଡ଼ ଦିଆଯାଇଛି । ବହୁ ଔଷଧୀୟ ଗଛ ସହ ଅନେକ ଫଳନ୍ତି ଗଛ ରହିଛି ।  ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଗାଈ, ଗୋରୁ ଛେଳି ମେଣ୍ଢା ଅବାଧରେ ପ୍ରବେଶ କରୁଥିବାରୁ ତାଙ୍କୁ ବନ୍ଦ କରାଯାଇଛି । ତେବେ ଏହି ଲଣ୍ଡା ପାହାଡ କୁ ଯଦି ଭାରତୀୟ ପ୍ରତ୍ନ ତାତ୍ଵିକ ବିଭାଗ ପକ୍ଷରୁ ଆଉ ମଧ୍ୟ ଖନନ କରାଯାଆନ୍ତା ତେବେ ଆହୁରି ମଧ୍ୟ ଭଗବାନ ବୁଦ୍ଧ ଦେବଙ୍କ ପ୍ରାଚୀନ ମୂର୍ତ୍ତି ସହ ବହୁ କଳାକୃତି ଉଦ୍ଧାର ହୋଇପାରନ୍ତା ବୋଲି ବୌଦ୍ଧ ଗବେଷକ ଓ  ଅଞ୍ଚଳବାସୀ କହିଛନ୍ତି ।

ଏହି ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି କୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ବଡ ସମସ୍ୟା ହେଉଛି କି ଅନଲାଇନ ଟିକେଟ । କାରଣ ଅନଲାଇନ ଟିକେଟ କେତେବେଳେ ନେଟ ୱର୍କ ନଥିବ ତ ଆଉ କାହା ପାଖରେ ଆଣ୍ଡରୱାର୍ଡ ମୋବାଇଲ ନଥିବାରୁ ଅନେକ ପର୍ଯ୍ୟଟକ ଫେରିଯିବା ପାଇଁ ବାଧ୍ୟ ହୁଅନ୍ତି । ଏହା ଛଡ଼ା ପିଇବା ପାଣି , ଲାଇଟ ଓ ପାହାଡ଼ ଉପରେ ଖରା ବର୍ଷା ପାଇଁ କୌଣସି ଗୃହ ନାହିଁ । ଯାହାକି ପର୍ଯ୍ୟଟକ ମାନେ ସମସ୍ୟାରେ ପଡ଼ୁଛନ୍ତି ।ତେଣୁ ଭାରତୀୟ ପ୍ରତ୍ନ ତତ୍ୱିକ ବିଭାଗ ଓ ସରକାର, ଏଥିପ୍ରତି ଦୃଷ୍ଟି ଦେଇ ଏହି ସବୁ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ ମାନେ ।

Related posts

ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତ୍ତି ଦୁଃଭାର୍ଗ୍ୟଜନକ: କଂଗ୍ରେସ

mahabharatanews

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମାଆ ମଙ୍ଗଳା

mahabharatanews

ଅଭିଶପ୍ତ ଜୀବନ ପାଇଁ ଦାୟୀ କିଏ ?

mahabharatanews