ଓଡିଶା

ସ୍ନାନ ପୂର୍ଣ୍ଣିମା :ଦିନ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ମନା

(ପୁରୀ) :  ଜୁନ ୪ରେ ଶ୍ରୀଜୁଙ୍କର ଗଜବେଶ ଦର୍ଶନ କରିବେ ଭକ୍ତ । ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ହେତୁ ଭକ୍ତି ମୁଖର ହୋଇପଡିଲାଣି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।ଗତକାଲି  ରାତି ୧୦ଟା ପରଠାରୁ ଆଜି  ୨ଟା  ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ବାରଣ ହୋଇଛି। ଏହି ସମୟରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଇଁ ବିଭିନ୍ନ କାର୍ଯ୍ୟ କରାଯିବ।

ସୂଚନାନୁଯାୟୀ , ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର୍‌ରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ। ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି।

Related posts

ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ ଡାକରା

mahabharatanews

ବର୍ଷା ସମ୍ଭାବନା : ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

୩ ଦିନରେ ୮୦୮୧ ଅନଲାଇନରେ ପଞ୍ଜିକରଣ

mahabharatanews